ଆଇସିସି ଦିନିକିଆ ମାନ୍ୟତା: କୋହଲି ଓ ରୋହିତ ଶୀର୍ଷ-୨ରେ, ବୁମ୍‌ରା ଦ୍ବିତୀୟରେ ସ୍ଥିର

Advertisment
ଟେଷ୍ଟ୍‌ ଓ ଦିନିକିଆ ଦଳ ଅଲଗା ହେଲେ କୋହଲି, ରୋହିତ ଅଧିନାୟକ!

DNA India

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସହଯୋଗୀ ତଥା ଉପଅଧିନାୟକ ରୋହିତ ଶର୍ମା ବୁଧବାର ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାର ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାରେ ଶୀର୍ଷ-୨ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ଉଭୟେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ବୋଲରଙ୍କ ମାନ୍ୟତା‌ରେ ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ମଧ୍ୟ ନିଜ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। କୋହଲି ସର୍ବାଧିକ ୮୭୧ ପଏଣ୍ଟ୍‌ ସହ ଏକ ନମ୍ବର ସ୍ଥାନ ନିଜ ପାଖରେ ରଖିଥିଲା ବେଳେ ରୋହିତ ୮୫୫ ପଏଣ୍ଟ ସହ ଦ୍ବିତୀୟରେ ରହିଛନ୍ତି। ଏମାନଙ୍କ ପଛକୁ ପାକିସ୍ତାନର ବାବର ଆଜମ୍‌ (୮୨୯), ନ୍ୟୁଜିଲାଣ୍ଡର ରସ୍‌ ଟେଲର (୮୧୮), ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁପ୍ଲେସିସ୍‌ (୭୯୦), ଅଷ୍ଟ୍ରେଲିଆର ଡେଭିଡ୍‌ ୱର୍ନର (୭୮୯), ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ୍‌ (୭୬୭), ନ୍ୟୁଜିଲାଣ୍ଡ୍‌ର କେନ୍‌ ୱିଲିୟମ୍‌ସନ୍‌ (୭୬୫), ଇଂଲଣ୍ଡର ଜୋ ରୁଟ୍‌ (୭୫୯) ଏବଂ ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡି’କକ୍‌ (୭୫୫) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହିଛନ୍ତି।

ବୋଲରଙ୍କ ମାନ୍ୟତାରେ ୭୧୯ ପଏଣ୍ଟ ସହ ବୁମ୍‌ରା ଦ୍ବିତୀୟରେ ସ୍ଥିର ରହିଥିଲା ବେଳେ ତାଙ୍କଠୁ ୩ ପଏଣ୍ଟ ଅଧିକ ସହ ପ୍ରଥମରେ ଅଛନ୍ତି ନ୍ୟୁଜିଲାଣ୍ଡ୍‌ର ଟ୍ରେଣ୍ଟ୍‌ ବୋଲ୍‌ଟ (୭୨୨)। ଆଫ୍‌ଗାନିସ୍ତାନର ମୁଜୀବୁର ରହମନ୍‌ (୭୦୧), ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସ (୬୮୯), ଦକ୍ଷିଣ ଆଫ୍ରିକାର କାଗିସୋ ରବାଦା (୬୬୫), ପାକିସ୍ତାନର ମହମ୍ମଦ ଆମୀର (୬୫୭), ଇଂଲଣ୍ଡର କ୍ରିସ୍‌ ୱକ୍‌ସ (୬୫୦), ନ୍ୟୁଜିଲାଣ୍ଡ୍‌ର ମ୍ୟାଟ୍‌ ହେନ୍‌ରି (୬୪୧), ଆଫ୍‌ଗାନିସ୍ତାନର ରସିଦ୍‌ ଖାନ୍‌ (୬୩୦) ଏବଂ ନ୍ୟୁଜିଲାଣ୍ଡ୍‌ର ‌ଲୋକି ଫର୍ଗୁସନ୍‌ (୬୨୮) ଯଥାକ୍ରମେ ତୃତୀୟରୁ ଦଶମରେ ରହିଛନ୍ତି।
ଅଲ୍‌ରାଉଣ୍ଡର ତାଲିକାରେ ଏକମାତ୍ର ଭାରତୀୟ ଭାବେ ରବୀନ୍ଦ୍ର ଜାଦେଜା (୨୪୬ ପଏଣ୍ଟ୍‌) ଅଷ୍ଟମ ସ୍ଥାନରେ ରହିଥିଲା ବେଳେ ଆଫ୍‌ଗାନିସ୍ତାନର ମହମ୍ମଦ ନବି (୩୦୧) ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe