ଭାରତ ଜର୍ସିରେ ପାକିସ୍ତାନର ନାମ ନରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ବିସିସିଆଇକୁ ଆଇସିସିର ଜବାବ

ଆଗକୁ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର କିଟରେ ଆୟୋଜକ ଦେଶ ପାକିସ୍ତାନର ନାମ ନରଖିବାକୁ ନିଷ୍ପତ୍ତି ନେଇଥି‌ଲା ବିସିସିଆଇ। ଏଭଳି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲା ଆଇସିସି

ticcc

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ମ୍ୟାଚ୍ ପାକିସ୍ତାନର ତିନୋଟି ସହର (ରାୱଲପିଣ୍ଡି, କରାଚୀ ଏବଂ ଲାହୋର) ଏବଂ ଦୁବାଇରେ 'ହାଇବ୍ରିଡ୍ ମଡେଲ୍'ରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୧୯ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆୟୋଜକ ପାକିସ୍ତାନର ନାମ ଏଥର ଭାରତୀୟ କ୍ରିକେଟ ଦଳର ଜର୍ସିରେ ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି।

ଆଗକୁ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର କିଟରେ ଆୟୋଜକ ଦେଶ ପାକିସ୍ତାନର ନାମ ନରଖିବାକୁ ନିଷ୍ପତ୍ତି ନେଇଥି‌ଲା ବିସିସିଆଇ। ହେଲେ ଏଭଳି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛି ଆଇସିସି। ବିସିସିଆଇ ଦାବି କରିଥିଲା ଯେ, ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ। ସବୁ ମ୍ୟାଚ୍ ଦୁବାଇରେ ଖେଳାଯିବ। ଏଭଳି ହେଲେ କାହିଁକି ଭାରତୀୟ ଟିମର କିଟରେ ପାକିସ୍ତାନର ନାମ ରହିବ।

ଏହାର ଉତ୍ତର ଦେଇ ଆଇସିସି ସ୍ପଷ୍ଟ କରିଛି ଯେ, "ପ୍ରତ୍ୟେକ ଦଳର ଦାୟିତ୍ୱ ହେଉଛି ଯେ ସେମାନେ ନିଜ ଜର୍ସିରେ ଆୟୋଜକ ଦେଶ ପାକିସ୍ତାନ ଲେଖାଥିବା ଟୁର୍ନାମେଣ୍ଟ ଲୋଗୋ ଯୋଡ଼ିବେ। ସମସ୍ତ ଦଳ ଏହି ନିୟମ ପାଳନ କରିବାକୁ ବାଧ୍ୟ। ମ୍ୟାଚ୍ ଯେଉଁଠି ଖେଳାଗଲେ ବି ଆୟୋଜକ ଦେଶର ନାମ ଜର୍ସିରେ ରହିବ। ଏହା ହିଁ ନିୟମ। ଯଦି କେହି ଏହାକୁ ପାଳନ ନକରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe