୨ୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ପାଇଁ କାର୍ଯ୍ୟସୂଚୀ, ପଏଣ୍ଟ ବ୍ୟବସ୍ଥା ଘୋଷଣା କଲା ଆଇସିସି

Advertisment
କ୍ରିକେଟର ତିନି ଫର୍ମାଟରେ ଶୀର୍ଷ ସ୍ଥାନରେ ପହଞ୍ଚିଲା ଟିମ୍ ଇଣ୍ଡିଆ

India TV News

ମୁମ୍ବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ( ଆଇସିସି)ପକ୍ଷରୁ ୨୦୨୧-୨୩ ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହା ସହିତ ନୂଆ ପଏଣ୍ଟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି ।

ଆସନ୍ତା ଅଗଷ୍ଟ ୪ରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ୫ ଟିକିଆ ଟେଷ୍ଟ ସିରିଜଠାରୁ ୨ୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ହେବ । ୨ୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପାଇଁ ଆଇସିସି ପକ୍ଷରୁ ନୂଆ ପଏଣ୍ଟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି ।

ନୂଆ ବ୍ୟବସ୍ଥା ଅନୁସାରେ ଗୋଟିଏ ଟେଷ୍ଟ ମ୍ୟାଚ ଜିତିଲେ ୧୨ ପଏଣ୍ଟ ମିଳିବ । ସେହିପରି ଟାଏ ହେଲେ ୬ ପଏଣ୍ଟ, ଡ୍ର ରହିଲେ ୪ ପଏଣ୍ଟ ଓ ହାରିଲେ ୦ ପଏଣ୍ଟ ମିଳିବ । ଗୋଟିଏ ସିରିଜରେ ଥିବା ମ୍ୟାଚ ଅନୁସାରେ ପଏଣ୍ଟ ନିର୍ଦ୍ଧାରଣ କରାଯିବ । ଉଦାହରଣସୂରୂପ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ୫ଟି ମ୍ୟାଚ ଥିବାରୁ ମୋଟ ପଏଣ୍ଟ ସଂଖ୍ୟା ୬୦ ରହିବ । ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe