ଆଇସିସି ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌: ୯ ବର୍ଷ ପରେ ପ୍ରଥମ ଥର ପାଇଁ ଗ୍ରୁପ୍‌ ପର୍ଯ୍ୟାୟରେ ମୁହାଁମୁହିଁ ହେବେନି ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ କ୍ରୀଡ଼ାସୂଚୀ ଘୋଷଣା ହୋଇଛି। ସବୁଠାରୁ ବଡ଼ ଘୋଷଣା ଯେ, ୨୦୧୧ ପରଠାରୁ ପ୍ରଥମଥର ପାଇଁ ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ ନାହିଁ। କିକ୍ରେଟ୍‌ ବିଶ୍ୱକପ୍‌ ପ୍ରଶଂସକଙ୍କ ମୁଣ୍ଡରୁ ଓହ୍ଲାଇ ନ ଥିବା ବେଳେ ଆଇସିସି ଆସନ୍ତା ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବର୍ଷ ୨୦୧୧ ପରଠାରୁ ପ୍ରଥମ ଥର ପାଇଁ ବିଶ୍ୱ କ୍ରିକେଟ୍‌ ଇତିହାସର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ପ୍ରଥମ ଗ୍ରୁପ୍‌ ପର୍ଯ୍ୟାୟରେ ସାମ୍ନାସାମ୍ନି ହେବେ ନାହିଁ।

ଆଇସିସି ଦ୍ୱାରା ଜାରି ହୋଇଥିବା କାର୍ଯ୍ୟସୂଚୀ ମୁତାବକ୍‌ (ପୁଲ୍‌-ଏ)ରେ ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ଥିବାବେଳେ (ପୁଲ୍‌-ବି)ରେ ରହିଛି ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ। ତେଣୁ ଆସନ୍ତା ୨୦୨୦ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ହେବାକୁଥିବା ଏହି ଟି-୨୦ ବିଶ୍ୱକପରେ ଉଭୟ ଏସିୟ ଦଳ ଭାରତ-ପାକିସ୍ତାନକୁ ୨୦୧୧ ପରଠାରୁ ପ୍ରଥମ ଥର ପାଇଁ ଗ୍ରୁପ୍‌ ପର୍ଯ୍ୟାୟ ମୁକାବିଲାରେ ସମ୍ମୁଖୀନ ହେବେ ନାହିଁ।

ଅନ୍ୟପଟେ ଏହି ବିଶ୍ୱକପ୍‌ରେ ମୋଟ୍‌ ୧୬ଟି ଟିମ୍‌ ଅଂଶଗ୍ରହଣ କରିଥିବେଳେ ୨ଟି ପୁଲ୍‌ ରେ ଥବା ୮ଟି ଟିମ୍‌ ସିଧାସଳଖ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ବାକି ୮ଟି ଟିମକୁ ଆଇସିସିର ର‍୍ୟାଙ୍କିଙ୍ଗ ନେଇ ୨ଟି ରାଉଣ୍ଡରେ ମ୍ୟାଚ୍‌ ଖେଳିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe