ଯଦି ଭାରତୀୟ ଖେଳାଳିମାନେ ଭୁଲ ନକରନ୍ତି, ତେବେ ପାକିସ୍ତାନ ପାଇଁ ଏହି ମ୍ୟାଚ ଜିତିବା କଷ୍ଟକର ହେବ: ପୂର୍ବତନ ପାକ୍ ଅଧିନାୟକ ରସିଦ ଲତିଫ

Advertisment
ଯଦି ଭାରତୀୟ ଖେଳାଳିମାନେ ଭୁଲ ନକରନ୍ତି, ତେବେ ପାକିସ୍ତାନ ପାଇଁ ଏହି ମ୍ୟାଚ ଜିତିବା କଷ୍ଟକର ହେବ: ପୂର୍ବତନ ପାକ୍ ଅଧିନାୟକ ରସିଦ ଲତିଫ

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ କେବଳ ଏସିଆ ମହାଦେଶ ନୁହେଁ ସମଗ୍ର ବିଶ୍ବର କ୍ରିକେଟ୍ ଜଗତ ଉତ୍ସାହିତ। ବିଶ୍ବ କ୍ରିକେଟ୍‌ର ଏହି ଦୁଇ ଲୋକପ୍ରିୟ ଦଳ ବି ଆଜି ନିଜ ନିଜର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ଅତୀତ ପରିସଂଖ୍ୟାନ ସହ ଦଳର ଅଭିଜ୍ଞତା ଏବଂ ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ପାକିସ୍ତାନଠାରୁ ଭାରତ ଢେର ଆଗରେ ରହିବ। ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅନେକ ଲୋକ ଅନେକ ମତ ରଖୁଥିବା ବେଳେ ପାକିସ୍ତାନର ପୂର୍ବତନ କ୍ୟାପଟେନ ରସିଦ ଲତିଫଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଲତିଫ କହିଛନ୍ତି ଯେ, ଯଦି ଭାରତ ପଡ଼ିଆରେ ଅନେକ ଭୁଲ କରେ ତେବେ ଯାଇ ତାଙ୍କ ଦେଶ ଜିତି ପାରିବ।

publive-image sports.ndtv.com

ସେ କହିଛନ୍ତି ଯେ, ମୋ ମତରେ ପାକିସ୍ତାନ ଯେତେ ଭଲ ଖେଳିଲେ ବି, ଯଦି ଭାରତୀୟ ଖେଳାଳିମାନେ ଭୁଲ ନକରନ୍ତି, ତେବେ ପାକିସ୍ତାନ ପାଇଁ ଏହି ମ୍ୟାଚ ଜିତିବା କଷ୍ଟକର ହେବ। ଯେତେବେଳେ ମୁଁ ପାକିସ୍ତାନର ଅଧିନାୟକ ଥିଲି, ମୁଁ ସର୍ବଦା ବିରୋଧୀ ଦଳରୁ ତ୍ରୁଟି ଆଣିବାକୁ ଚେଷ୍ଟା କରୁଥିଲି। ଅବଶ୍ୟ, ଆପଣଙ୍କୁ ପ୍ରଥମେ ନିଜ କାମ କରିବାକୁ ପଡିବ, କିନ୍ତୁ ସେହି ସମୟରେ ଅନ୍ୟ ଦଳ କେମିତି ଭୁଲ୍ କରିବ, ତାହା ଦେଖିବା ମଧ୍ୟ ଜରୁରୀ ଅଟେ। ତେଣୁ, ପାକ୍ ଖେଳାଳିଙ୍କୁ ନିଜର କୌଶଳ ଠିକ୍ କରିବାକୁ ପଡିବ ଏବଂ ଅନ୍ୟ ଦଳ କେମିତି ଭୁଲ କରିବେ ସେ ନେଇ ଚେଷ୍ଟା କରିବାକୁ ପଡିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe