ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌‌: ସେମିରେ ଭାରତ-ଇଂଲଣ୍ଡ, ପାକିସ୍ତାନ-ନ୍ୟୁଜିଲାଣ୍ଡ୍‌

Advertisment
ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌‌: ସେମିରେ ଭାରତ-ଇଂଲଣ୍ଡ, ପାକିସ୍ତାନ-ନ୍ୟୁଜିଲାଣ୍ଡ୍‌

ସୂର୍ଯ୍ୟକୁମାର ଯାଦବ (୬୧*)

ମେଲବର୍ଣ୍ଣ/ଆଡିଲେଡ୍‌ : ଚଳିତ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ଏଥିସହିତ ସେମିଫାଇନାଲ୍ ଲାଇନ୍ ଅପ୍‌ ମଧ୍ୟ ଚୂଡାନ୍ତ ହୋଇଯାଇଛି। ବୁଧବାର ପ୍ରଥମ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ ଓ ପାକିସ୍ତାନ ସିଡନିରେ ମୁହାଁମୁହିଁ‌ ହେବେ। ଗୁରୁବାର ଆଡିଲେଡ୍‌ରେ ଦ୍ବିତୀୟ ସେମିଫାଇନାଲ୍‌ରେ ଲଢ଼ିବେ ଭାରତ ଓ ଇଂଲଣ୍ଡ। ନ୍ୟୁଜିଲାଣ୍ଡ୍‌ ଓ ଇଂଲଣ୍ଡ ପୂର୍ବଦିନରୁ ସେମିଫାଇନାଲ୍ ସ୍ଥାନ ପକ୍କା କରି ସାରିଥିବା ବେଳେ ରବିବାର ଭାରତ ଓ ପାକିସ୍ତାନ ଏଥିରେ ଯୋଡ଼ି ହୋଇଛନ୍ତି।

ରବିବାର ପ୍ରଥମ ମୁକାବିଲାରେ ଅପ୍ରତ୍ୟାଶିତ ଭାବେ ନେଦରଲାଣ୍ଡ୍ସ ନିକଟରୁ ଦକ୍ଷିଣ ଆଫ୍ରିକା ହାରିଯିବା ସହ ଅଶ୍ରୁଳ ବିଦାୟ ନେଇଥିଲା। ଏହି ଫଳାଫଳ ମଧ୍ୟ ପାକିସ୍ତାନ ପାଇଁ ବାଟ ଖୋଲି ଦେଇଥିଲା। ଏପରିକି ଭାରତକୁ ମ୍ୟାଚ୍‌ ଖେଳିବା ପୂର୍ବରୁ ସେମିଫାଇନାଲ୍ ଯୋଗ୍ୟତା ମିଳିଯାଇଥିଲା। ବାଂଲାଦେଶକୁ ହରାଇ ପାକିସ୍ତାନ ସୁଯୋଗକୁ କାବୁ କରିନେଇଥିଲା। ଭାରତ ମଧ୍ୟ ରବିବାରର ଶେଷ ଲିଗ୍‌ ମ୍ୟାଚ୍‌ରେ ଜିମ୍ବାୱେକୁ ମାତ୍ ଦେଇ ଗ୍ରୁପ୍‌-୨ର ବିଜେତା ଦଳ ଭାବେ ଆଗକୁ ବଢ଼ିଥିଲା। ଫାଇନାଲ୍ ମ୍ୟାଚ୍‌ ନଭେମ୍ବର ୧୩ ତାରିଖରେ ମେଲବର୍ଣ୍ଣରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe