ବିଶ୍ବକପ୍‌ ନେଇ ଶୀଘ୍ର ନିଷ୍ପତ୍ତି ନେବାକୁ ଆଇସିସିକୁ ଟେଲରଙ୍କ ଆହ୍ବାନ

Advertisment

ୱ-ୱର୍ନ ବିବାଦରେ ବି ମୁହଁ ଖୋଲିଲେ

ୱ-ୱର୍ନ ବିବାଦରେ ବି ମୁହଁ ଖୋଲିଲେ

ବିଶ୍ବକପ୍‌ ନେଇ ଶୀଘ୍ର ନିଷ୍ପତ୍ତି ନେବାକୁ ଆଇସିସିକୁ ଟେଲରଙ୍କ ଆହ୍ବାନ

Image Credit : @Blackcaps

ମେଲ୍‌ବର୍ନ: ‌ ଅକ୍ଟୋବର-ନଭେମ୍ବରର ଟ୍ବେଣ୍ଟି-୨୦ ବିଶ୍ବକପ୍‌ କରୋନା ବିପଦ ଲାଗି ଅନିଶ୍ଚିତତା ଘେରରେ ରହିଛି। ଏଥିନେଇ ଯଥାଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାର୍କ ଟେଲର ଆଇସିସିକୁ ଅନୁରୋଧ କରିଛନ୍ତି। ସେହିଭଳି ଚଳିତ ବର୍ଷ ବିଶ୍ବକପ୍‌ ଆୟୋଜନ ଅସମ୍ଭବ ବୋଲି ଟେଲର ସିଧାସିଧା କହିଛନ୍ତି। ‘‘ମୋର ଆଶା ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ହୋଇପାରିବନି। ଏବେ ଯାହା ପରିସ୍ଥିତି ରହିଛି ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବା କ'ଣ ସମ୍ଭବ? ଏହାର ଉତ୍ତର ବୋଧହୁଏ ନା ବୋଲି ପୂର୍ବତନ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ନିର୍ଦ୍ଦେଶକ ଟେଲର କହିଛନ୍ତି। ଯଦି ଏହି ସପ୍ତାହରେ କିଛି ନିଷ୍ପତ୍ତି ହୁଏ ବୋଧହୁଏ ଭଲ ହେବ। କାରଣ ସମସ୍ତେ ନିଜ ନିଜର ଯୋଜନା ପ୍ରସ୍ତୁତ କରିବେ।’’ ବୋଲି ସେ କହିଛନ୍ତି।

ସେହିଭଳି ଟେଲର ମଧ୍ୟ ଅଷ୍ଟ୍ରେଲିଆର ଦୁଇ ମହାନ ଖେଳାଳି ଷ୍ଟିଭ୍ ଓ' ଏବଂ ସେନ୍ ୱର୍ନଙ୍କ ମଧ୍ୟରେ ଥିବା ଦୀର୍ଘ ଦିନ ଦଳର ବିବାଦ ଉପରେ ନିଜ ମତ ରଖିଛନ୍ତି। ସେ କହିଛନ୍ତି ''ୱ ୧୯୯୯ ମସିହା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାର ଚତୁର୍ଥ ଟେଷ୍ଟ୍‌ ବେଳେ ୱର୍ନଙ୍କ ସ୍ଥାନରେ ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ଖେଳାଇଥିଲେ। ଏହା ହିଁ ଉଭୟଙ୍କ ସଂପର୍କ ଖରାପ ହେବାର ମୁଖ୍ୟ କାରଣ। ୱର୍ନ କାନ୍ଧ ଆଘାତରୁ ମୁକୁଳିବା ପରେ ଦଳକୁ ଫେରିଥିଲେ। ଏଥିପାଇଁ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଉ ନଥିଲେ। ୱ' ତାଙ୍କୁ ଦଳରୁ ବାଦ ଦେବାର ଏହା ମୁଖ୍ୟ କାରଣ ଥିଲା। ହେଲେ ୱର୍ନ ତାଙ୍କୁ ଏଥିପାଇଁ କେବେବି କ୍ଷମା କରିବେ ନାହିଁ ବୋଲି ମୁଁ ଭାବୁଛି।'' ବୋଲି ଟେଲର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe