ମ୍ୟାଚ ଚାଲିଥିବାବେଳେ ପଡିଆକୁ ପଶିଆସିଲା ଗୋଧି,କେଉଁଠି ଜାଣନ୍ତୁ

Advertisment
ମ୍ୟାଚ ଚାଲିଥିବାବେଳେ ପଡିଆକୁ ପଶିଆସିଲା ଗୋଧି,କେଉଁଠି ଜାଣନ୍ତୁ

photo-icc twitter

ନୂଆଦିଲ୍ଲୀ: ମ୍ୟାଚ ଚାଲିଥିବାବେଳେ ପଡିଆ ମଧ୍ୟକୁ ବେଳେବେଳେ କୁକୁର ପଶିଆସିଥାନ୍ତି ତ ପୁଣି କେତେବେଳେ ଦର୍ଶକ ଗ୍ୟାଲେରୀରେ ମହୁମାଛି ଆକ୍ରମଣ କରିଥାନ୍ତି | କିନ୍ତୁ ଗଲରେ ଚାଲିଥିବା ଶ୍ରୀଲଙ୍କା ଏବଂ ଇଂଲଣ୍ଡ ଟେଷ୍ଟ ମ୍ୟାଚ ସମୟରେ ପଡିଆ ମଧ୍ୟକୁ ଏକ ଗୋଧି ପଶିଆସିଥିଲା | ଆଉ ଏହା କ୍ୟାମେରାରେ କଏଦ ହୋଇଯାଇଥିଲା | ଏହି ଫଟୋକୁ ଆଇସିସି ନିଜ ଟ୍ୱିଟର ପେଜରେ ପୋଷ୍ଟ କରି ଲେଖିଛି ଯେ ଶ୍ରୀଲଙ୍କା ଦଳ ପକ୍ଷରୁ ଏକ ଅତିରିକ୍ତ ଫିଲଡରକୁ ପଠାଯାଇଥିଲା |

ମିଳିଥିବା ସୂଚନା ମୁତାବକ ମ୍ୟାଚର ତୃତୀୟ ଦିନରେ (୨୪ ଜାନୁଆରୀ), ଇଂଲଣ୍ଡ ଦଳର ପ୍ରଥମ ଇନିଂସର ୬୪ତମ ଓଭରରେ କ୍ୟାମେରାମ୍ୟାନ ବାଉଣ୍ଡ୍ରିରେ ଏକ ଗୋଧିକୁ ଦେଖିଥିଲେ। ଯେତେବେଳେ ଏହାକୁ ପରଦାରେ ଦେଖାଯାଇଥିଲା, ସେତେବେଳେ ଷ୍ଟାଡିୟମର କର୍ମଚାରୀମାନେ ଏହାକୁ ବାହାର କରିଥିଲେ |


ତେବେ ସୋସିଆଲ ମିଡିଆରେ ଏହି ଗୋଧିର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଆଇସିସି ମଧ୍ୟ ଫଟୋ ଶେୟାର କରି କହିଛି,ଯେ "ଆଇସିସି ଏକ ରିପୋର୍ଟ ପାଇଛି ଯେ ଶ୍ରୀଲଙ୍କା ଦଳ ଇଂଲଣ୍ଡ ବିପକ୍ଷରେ ଅତିରିକ୍ତ ଫିଲ୍ଡର ବ୍ୟବହାର କରିଛି। ତେଣୁ ପରିସ୍ଥିତିକୁ ତଦାରଖ କରାଯିବ। ଆଉ କ୍ରିକେଟ ପ୍ରେମୀ ଏହାକୁ ନେଇ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe