ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ସୁର୍ଯ୍ୟ ସ୍ଥିର; ଆୟର ଉଠିଲେ

ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ସୁର୍ଯ୍ୟ ସ୍ଥିର; ଆୟର ଉଠିଲେ

image credit : icc

ଦୁବାଇ: ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ ଶ୍ରେୟସ ଆୟର ୬ ସ୍ଥାନ ଉଠିଛନ୍ତି। ଆୟର ୧୯ତମ ସ୍ଥାନକୁ ଲମ୍ଫ ମାରିଛନ୍ତି। ସୂର୍ଯ୍ୟକୁମାରଙ୍କ ରେଟିଂ ପଏଣ୍ଟ ୮୦୫ ଥିଲା ବେଳେ ଆୟରଙ୍କ ପଏଣ୍ଟ ୫୭୮ରେ ପହଞ୍ଚିଛି। ଭାରତୀୟ ବୋଲରଙ୍କ ମଧ୍ୟରେ ସ୍ପିନର ରବି ବିଷ୍ଣୋଇ ଏବଂ କୁଲ୍‌ଦୀପ ଯାଦବ ମାନ୍ୟତାରେ ବଡ଼ ଲମ୍ଫ ମାରିଛନ୍ତି। ଇଣ୍ଡିଜ୍‌ ବିପକ୍ଷ ୨ଟି ମ୍ୟାଚ୍‌ରେ ୬ ୱିକେଟ୍‌ ଦଖଲ କରିଥିବା ବି‌ଷ୍ଣୋଇ ୫୦ ସ୍ଥାନ ଉଠି ୪୪ରେ ପହଞ୍ଚିଥିଲା ବେଳେ ଶେଷ ମ୍ୟାଚ୍‌ରେ ୩ ୱିକେଟ୍‌ ଅକ୍ତିଆର କରିଥିବା କୁଲ୍‌ଦୀପ ୫୮ ସ୍ଥାନ ଉଠି ୮୭ରେ ପହଞ୍ଚିଛନ୍ତି। ତେବେ ବରିଷ୍ଠ ଦ୍ରୁତ ବୋଲର ଭୁବ‌ନେଶ୍ବର କୁମାର ଗୋଟିଏ ସ୍ଥାନ ଖସି ନବମରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe