ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ଶୀର୍ଷ-୧୦ରେ ଈଶାନ; କାର୍ତ୍ତିକ ୧୦୮ ସ୍ଥାନ ଉଠିଲେ

Advertisment
ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ଶୀର୍ଷ-୧୦ରେ ଈଶାନ; କାର୍ତ୍ତିକ ୧୦୮ ସ୍ଥାନ ଉଠିଲେ

Mumbai Indians

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ଦମ୍‌ଦାର ପ୍ରଦର୍ଶନ ଯୋଗୁଁ ଭାରତୀୟ ବାମହାତୀ ଯୁବ ଓପ୍‌ନର ଈଶାନ କିଶନ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଶୀର୍ଷ-୧୦ରେ ସ୍ଥାନ ଦୃଢ଼ କରିଛନ୍ତି। ଏହି ଶୃଙ୍ଖଳାରେ ଦୁଇ ଅର୍ଦ୍ଧଶତକ ସାଙ୍ଗକୁ ଭାରତର ଅଗ୍ରଣୀ ସ୍କୋର୍‌ର ଭାବେ ୨୦୬ ରନ୍‌ କରିଥିଲେ ଈଶାନ। ତାଙ୍କ ହାରାହାରି ଥିଲା ୪୧। ଏହି ପ୍ରଦର୍ଶନ ବଳରେ ଈଶାନ ଗୋଟିଏ ସ୍ଥାନ ଉଠି ବ୍ୟାଟର୍‌ଙ୍କ ମାନ୍ୟତାରେ ଷଷ୍ଠରେ ପହଞ୍ଚିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଅଜମ୍‌ ଶୀର୍ଷ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ ଏକମାତ୍ର ଭାରତୀୟ ଭାବେ ଈଶାନ ଶୀର୍ଷ-୧୦ ମଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ପ୍ରମୁଖ ଫିନିସର ଦାୟିତ୍ବ ତୁଲାଇଥିବା ୱିକେଟରକ୍ଷକ/ବ୍ୟାଟର୍‌ ଦିନେଶ କାର୍ତ୍ତିକ ବଡ଼ ଲମ୍ଫ ମାରିଛନ୍ତି। ଗତ ଆଇପିଏଲ୍‌ରୁ ଫର୍ମ ଜାରି ରଖିଥିବା କାର୍ତିକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦର୍ଶନୀୟ ପାଳି ଖେଳିଥିଲେ। ଯାହାର ଫଳସ୍ବରୂପ ସେ ୧୦୮ ସ୍ଥାନ ଲମ୍ଫ ମାରି ୮୭ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ବୋଲରଙ୍କ ମାନ୍ୟତାରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଫାଇଦାରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳ‌ାରେ ୬ ୱିକେଟ୍‌ ଦଖଲ କରିଥିବା ଚହଲ ୩ ସ୍ଥାନ ଲମ୍ଫ ମାରି ୨୩ତମ ସ୍ଥାନ ପାଇଛନ୍ତି।

ସେହିପରି ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ସ୍ପିନ୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଟେଷ୍ଟ୍‌ ଅଲ୍‌ରାଉଣ୍ଡରଙ୍କ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ବ୍ୟାଟର୍‌ଙ୍କ ମାନ୍ୟତାରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଦଶମ ସ୍ଥାନରେ ସ୍ଥିର ରହିଛନ୍ତି। ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ଏବଂ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଯଥାକ୍ରମେ ବୋଲରଙ୍କ ମାନ୍ୟତାରେ ଦ୍ବିତୀୟ ଓ ତୃତୀୟ ସ୍ଥାନ ମାଡ଼ି ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe