ବୁଲାୱାଓ: ୧୯ ବର୍ଷରୁ କମ୍‌ ଦିିନିକିଆ ବିଶ୍ବକପ୍‌ର ‌ଷୋଡ଼ଶ ସଂସ୍କରଣ ଗୁରୁବାରଠୁ ଆରମ୍ଭ ହେବ। ଏହି ୧୬ ଦଳୀୟ ପ୍ରତିଯୋଗିତା ୨୩ ଦିନ ଧରି ଚାଲିବାକୁ ଥିଲା ବେଳେ ମୋଟ ୪୧ ମ୍ୟାଚ୍‌ ଜିମ୍ବାୱେ ଓ ନାମିବ୍ୟାର ୫ଟି ସ୍ଥାନରେ ଖେଳାଯିବ। ଉଦ୍‌ଘାଟନୀ ଦିବସରେ ପ୍ରମୁଖ ଦାବିଦାର ଭାରତ ଭେଟିବ ଆମେରିକାକୁ। ଏହି ମ୍ୟାଚ୍‌ ଜିମ୍ବାୱେର ବୁଲାୱାଓରେ ଖେଳାଯିବ। ଏହି ମ୍ୟାଚ୍‌ ବାଦ୍‌ ପ୍ରଥମ ଦିନରେ ଆୟୋଜକ ଜିମ୍ବାୱେକୁ ଭେଟି ସ୍କଟଲାଣ୍ଡ ଏବଂ ପ୍ରଦାର୍ପଣକାରୀ ତାଞ୍ଜାନିଆକୁ ଭେଟିବ ୱେଷ୍ଟଇଣ୍ଡିଜ୍‌।

Advertisment

ଗତ ୧୬ ସଂସ୍କରଣରୁ ୫ଟିରେ ବିଜେତା ହୋଇଥିବା ଭାରତ ଷଷ୍ଠ ଟ୍ରଫି ଲକ୍ଷ୍ୟ ନେଇ ଗୁରୁବାର ପଡ଼ିଆକୁ ଓହ୍ଲାଇବ। ଗତ ୨୦୨୪ ସଂସ୍କରଣ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠୁ ହାରି ଭାରତ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ବିଜେତା ହୋଇଥିଲା। ବିଶ୍ବକପ୍‌ ଖେଳିବାକୁ ଯାଇଥିବା ଭାରତୀୟ ଦଳ କାଗଜ କଲମରେ ଏକ ସନ୍ତୁଳିତ ଦଳ ରହିଛି। ଗତ ୧୬ ମ୍ୟାଚ୍‌ରୁ ଏହି ଦଳ ୧୩ ଜିତିଛି। ଏଥିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା ବିପକ୍ଷ ଶୃଙ୍ଖଳା ବିଜୟ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: Football: ଆଇ-ଲିଗ୍ ଓ ଆଇଏସ୍‌ଏଲ୍‌ ପାଇଁ ଏଆଇଏଫ୍‌ଏଫ୍‌ର ୨୧ବର୍ଷୀୟା ନସ୍କା

ଆୟୁଷ ମହାତ୍ରେଙ୍କ ହାତରେ ଭାରତର ନେତୃତ୍ବ

ଗ୍ରୁପ୍‌-ବି’ରେ ନ୍ୟୁଜିଲାଣ୍ଡ, ଆମେରିକା ଓ ବାଂଲାଦେଶ ସହ ଥିବା ଭାରତୀୟ ଦଳର ନେତୃତ୍ବ ଭାର ଆୟୁଷ ମହାତ୍ରେଙ୍କ ଉପରେ ଥିଲା ଉପଅଧିନାୟକ ରହିଛନ୍ତି ବିହାନ ମାଲହୋତ୍ରା। ଏଥିସହ ଦଳରେ ୧୪ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଥିଲା ବେଳେ ଗତ ଏସିଆ କପ୍‌ରେ ସର୍ବାଧିକ ରନ୍‌ ହାସଲକାରୀ ଆରୋନ ଜର୍ଜ (୨୨୮) ରହିଛନ୍ତି। ଦଳରେ ଥିବା ଅଭିଜ୍ଞ କୁଣ୍ଡୁଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ସବୁଠୁ ଚର୍ଚ୍ଚାରେ ଅଛନ୍ତି ୨୦୨୫ ଆଇପିଏଲ୍‌ରେ ୩୫ ବଲ୍‌ରୁ ଶତକ ଅର୍ଜନ କରିଥିବା ସୂର୍ଯ୍ୟବଂଶୀ। ଏମାନଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନ୍‌ ଅପ୍‌ ଦୃଢ଼ ଥିଲା ବେଳେ ବୋଲିଂରେ ରହିଛନ୍ତି ଦ୍ରୁତ ବୋଲର ଦୀପେଶ ଦେବେନ୍ଦ୍ରନ, ଆର୍‌ଏସ୍‌ ଅମ୍ବ୍ରିସ, କିଶାନ ସିଂହ ଓ ହେନିଲ ପଟେଲ। ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ଭାରତ ୧୭ରେ ବାଂଲାଦେଶ ଏବଂ ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ।

ଆହୁରି ପଢ଼ନ୍ତୁ: Abu Musa: ଭିକ ନୁହେଁ, ହିନ୍ଦୁମାନଙ୍କ ଗଳା କାଟିଲେ ସ୍ବାଧୀନତା ମିଳିବ : ଆତଙ୍କବାଦୀ ଅବୁ ମୁସା

ଭାରତୀୟ ଦଳ: ଆୟୁଷ ମହାତ୍ରେ (ଅଧିନାୟକ), ଆର୍‌ଏସ୍‌ ଅମ୍ବ୍ରିସ, କନିଷ୍କ ‌ଚୌହାନ, ଦୀପେଶ ଦେବେନ୍ଦ୍ରନ, ମହମ୍ମଦ ଏନାନ, ଆରୋନ ଜର୍ଜ, ଅଭିଜ୍ଞ କୁଣ୍ଡୁ, କିଶାନ କୁମାର ସିଂହ, ବିହାନ ମାଲହୋତ୍ରା, ଉଧବ ମୋହନ, ହେନିଲ ପଟେଲ, ଖିଲାନ ଏ ପଟେଲ, ହରବଂଶ ସିଂହ, ବୈଭବ ସୂର୍ଯ୍ୟବଂଶୀ, ବେଦାନ୍ତ ତ୍ରିବେଦୀ।

ଆମେରିକା ଦଳ: ଉତ୍କର୍ଷ ଶ୍ରୀବାସ୍ତବ (ଅଧିନାୟକ), ଆଦ୍‌ନିତ ଝାମ୍ବ, ଶିବ ଶାନି, ନୀତୀଶ ସୁଦିନି, ଅଦ୍ବିତ କ୍ରିଷ୍ଣା, ସାହିର ଭାଟିଆ, ଅର୍ଜୁନ ମହେଶ, ଅମ୍ରିନ୍ଦର ଗିଲ୍‌, ସବ୍ରିଶ ପ୍ରସାଦ, ଅଦିତ କାପ୍ପା, ସାହିଲ ଗର୍ଗ, ଅମୋଘ ରେଡ୍ଡୀ ଅରେପାଲ୍ଲୀ, ରିତ୍ବିକ ଆପ୍ପିଦି, ରୟାନ ତାଜ, ଋଷଭ ଶିମ୍ପି।