ମତାମତ ଲୋଡ଼ିଲା ଆଇସିସି, ଧୋନି ନା ସର୍ଫରାଜ-କାହା କ୍ୟାଚ୍‌ ଶ୍ରେଷ୍ଠ?

Advertisment
ମତାମତ ଲୋଡ଼ିଲା ଆଇସିସି, ଧୋନି ନା ସର୍ଫରାଜ-କାହା କ୍ୟାଚ୍‌ ଶ୍ରେଷ୍ଠ?

ମାଞ୍ଚେଷ୍ଟର: ଚଳିତ ବିଶ୍ବକପ୍‌ରେ ଭାରତ ଲଗାତର ପଞ୍ଚମ ବିଜୟ ସହ ସେମିଫାଇନାଲରେ ପହଞ୍ଚିସାରିଛି। କିନ୍ତୁ ଭାରତର ପଡ଼ୋଶୀ ତଥା ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ନକ୍‌ଆଉଟ ପର୍ଯ୍ୟନ୍ତ ଯିବା ପାଇଁ ଭିନ୍ନ ରାସ୍ତା ବାଛିଛି। ଇ˚ଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିଛି। ତେବେ ଗୁରୁବାର ମାଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସି˚ହ ଧୋନିଙ୍କ କ୍ୟାଚ୍‌ ଅଧିକ ଚର୍ଚ୍ଚାରେ ରହିଥିଲା। ଯଶପ୍ରୀତ ବୁମ୍‌ରାଙ୍କ ବଲ୍‌ରେ ଧୋନି ଗୋଟିଏ ହାତରେ ଡାହାଣପଟକୁ ଲମ୍ଫ ମାରି କ୍ୟାଚ୍‌ ଧରିବା ଦ୍ବାରା କାର୍ଲୋସ ବ୍ରାଥ‌ୱେଟ ୧ ରନ୍‌ରେ ଆଉଟ ହୋଇଥିଲେ। ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଅଧିନାୟକ ତଥା ଵିକେଟ୍‌ରକ୍ଷକ ସର୍ଫରାଜ ଅହମ୍ମଦ ସମାନ ଭଙ୍ଗିରେ ସାହିନ ଆଫ୍ରିଦିଙ୍କ ବଲ୍‌ରେ ନ୍ୟୁଜିଲାଣ୍ଡର ରସ୍‌ ଟେଲରଙ୍କୁ ଆଉଟ କରିଥିଲେ।

publive-image

ଧୋନି ଓ ସର୍ଫରାଜଙ୍କ କ୍ୟାଚ‌୍ ନେବା ଭିଡିଓକୁ ଆଇସିସି ତୁଳନାତ୍ମକ ଭାବେ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିଲା ବେଳେ ଏମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବୋଲି ପ୍ରଶ୍ନ କରାଯାଇଛି। ପ୍ରତିଯୋଗିତାରେ ଭାରତ ଆଗକୁ ଆହୁରି ତିନିଟି ମ୍ୟାଚ୍‌ ଖେଳିବାକୁ ବାକି ଥିବା ବେଳେ ପାକିସ୍ତାନ ଦୁଇଟି ମ୍ୟାଚ୍‌ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe