The New Indian Express
ଦୁବାଇ: ଭାରତୀୟ ଯୁବା ବିସ୍ମୟ ଶେଫାଳି ବର୍ମା ଆଇସିସି ମହିଳା ଟି-୨୦ ମାନ୍ୟତାରେ ପୁଣି ଶୀର୍ଷ ସ୍ଥାନକୁ ଫେରିଛନ୍ତି। ମଙ୍ଗଳବାର ପ୍ରକାଶିତ ବ୍ୟାଟର୍ଙ୍କ ସାନି ମାନ୍ୟତା ତାଲିକାରେ ଶେଫାଳି ଗୋଟିଏ ସ୍ଥାନ ଉଠି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି। କିନ୍ତୁ ତାଙ୍କ ପ୍ରାରମ୍ଭିକ ସାଥୀ ସ୍ମୃତି ମନ୍ଧାନା ଗୋଟିଏ ସ୍ଥାନ ଖସି ଚତୁର୍ଥ ସ୍ଥାନ ପାଇଛନ୍ତି। ବ୍ୟାଟର୍ଙ୍କ ମାନ୍ୟତାର ଶୀର୍ଷ-୧୦ରେ ଏହି ଦୁଇ ଭାରତୀୟ ରହିଥିଲା ବେଳେ ବୋଲରଙ୍କ ମାନ୍ୟତାରେ ଏକମାତ୍ର ଭାରତୀୟ ଭାବେ ଦୀପ୍ତି ଶର୍ମା (ଚତୁର୍ଥ) ରହିଛନ୍ତି। ମଙ୍ଗଳବାର ସାନି ପ୍ରକାଶିତ ତାଲିକାରେ ସେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଅନ୍ୟପକ୍ଷରେ ଅଲ୍ରାଉଣ୍ଡରଙ୍କ ତାଲିକାରେ ମଧ୍ୟ ଦୀପ୍ତି ଗୋଟିଏ ସ୍ଥାନ ଉଠି ତୃତୀୟରେ ପହଞ୍ଚି ଭାରତର ସମ୍ମାନ ରଖିଛନ୍ତି।
Follow Us