୨୦୨୨ ‘ଆଇସିସି’ ମହିଳା ୱାର୍ଲଡ୍‌ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା କଲା ‘ବିସିସିଆଇ’: ନେତୃତ୍ବ ନେବେ ମିତାଲି ରାଜ

୨୦୨୨ ‘ଆଇସିସି’ ମହିଳା ୱାର୍ଲଡ୍‌ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା କଲା ‘ବିସିସିଆଇ’: ନେତୃତ୍ବ ନେବେ ମିତାଲି ରାଜ

Image Courtesy of India Today

ନୂଆଦିଲ୍ଲୀ: ଆଜି ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ (ବିସିସିଆଇ) ୨୦୨୨ ‘ଆଇସିସି’ ମହିଳା ବିଶ୍ବକପ୍‌ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ମାର୍ଚ ୪ ତାରିଖ ରୁ ଏପ୍ରିଲ୍‌ ୩ ତାରିଖ ପର୍ଯ୍ୟନ୍ତ ନିଉଜିଲାଣ୍ଡ୍‌ରେ ଉପରୋକ୍ତ କ୍ରିକେଟ୍‌ ମ୍ୟାଚ୍‌ ଆୟାଜନ କରାଯିବ।

‘ବିସିସିଆଇ’ଦ୍ବାରା ଘୋଷିତ ତାଲିକା ଅନୁସାରେ, ବିଶ୍ବକପ୍‌ରେ ମିତାଲି ରାଜ ଭାରତୀୟ ଦଳର ଅଧିନାୟିକା ଦାୟିତ୍ବରେ ଥିବା ବ‌େଳେ ହର୍‌ମନ୍‌ପ୍ରୀତ୍‌ କୌର୍‌ ଉପଅଧିନାୟିକା ଦାୟିତ୍ବ ନିର୍ବାହ କରିବେ।

ନିଉଜିଲାଣ୍ଡ୍‌ ଗସ୍ତ ନିମନ୍ତେ ‘ଅଲ୍‌ଇଣ୍ଡିଆ ୱିମିନ୍‌ସ୍‌ ସିନିୟର୍‌ ସିଲେକ୍ସନ୍‌ କମିଟି’ ବୁଧବାର ଦିନ ‘ସୋପିସ୍‌ ଇଭେଣ୍ଟ୍‌’ ଖେଳାଳିମାନଙ୍କୁ ଚୟନ କରିଛି ବୋଲି ବିବୃତି ଦେଇ ‘ବିସିସିଆଇ’ କହିଛି।

publive-image Image Courtesy of NDTV

ଚୟନ ହୋଇଥିବା ଖେଳାଳିମାନେ ହେଉଛନ୍ତି, ମିତାଲି ରାଜ (ଅଧିନାୟିକା), ହର୍‌ମନ୍‌ପ୍ରୀତ୍‌ କୌର (ଉପଅଧିନାୟିକା), ସ୍ମୃତି ମନ୍ଧନା, ଶେଫାଳୀ ବର୍ମା, ଯଷ୍ଟିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍‌ ରକ୍ଷକ), ସ୍ନେହ ରାଣା, ଝୁଲଣ ଗୋସ୍ବାମୀ, ପୂଜା ବସ୍ତ୍ରକାର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ (ୱିକେଟ୍‌ ରକ୍ଷକ), ରାଜେଶ୍ବରୀ ଗାୟକ୍‌ୱାର୍ଡ, ପୂନମ ଯାଦବ।

ତାଲିକାରେ ଅତିରିକ୍ତ ଖେଳାଳି ଭାବେ ଅଛନ୍ତି ଏସ୍. ମେଘନା, ଏକତା ବିସ୍ତ୍ ଓ ସିମ୍‌ରନ୍‌ ଦିଲ୍‌ ବାହାଦୁର।

ଏଥର ଭାରତୀୟ ଦଳରେ ସାମିଲ ନ ହୋଇଥିବା ବିଶିଷ୍ଟ ଖେଳାଳିମାନେ ହେଲେ ଫାଷ୍ଟ୍‌ ବୋଲର୍‌ ଶିଖା ପାଣ୍ଡେ ଏବଂ ବ୍ୟାଟ୍‌ର୍‌ ଜେମିମା ରୋଡ୍ରିଗୁଏସ୍‌।

ବିଶ୍ବକପ୍‌ରେ ଭାଗ ନେବାକୁ ଥିବା ଉକ୍ତ ଖେଳାଳିମାନେ ଫେବ୍ରୁଆରିମ ମାସରେ ନିଉଜିଲାଣ୍ଡ୍‌ରେ ହେବାକୁ ଥିବା ୫-ମ୍ୟାଚ୍‌ବିଶିଷ୍ଟ ‘ଓଡିଆଇ’ ସିରିଜ୍‌ ମଧ୍ୟ ଖେଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe