ନଭି ମୁମ୍ବାଇ : ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ସ୍ପୋର୍ଟ୍ସ ଏକାଡେମିରେ ଅନୁଷ୍ଠିତ ମହିଳା ବିଶ୍ବକପ୍ ୨୦୨୫(ICC Womens World Cup 2025)ର ସେମିଫାଇନାଲ ମ୍ୟାଚରେ ଭାରତ ଆଗରେ ୩୩୯ ରନର ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ସର୍ବଶେଷ ସୂଚନା ଅନୁସାରେ ଭାରତର ବ୍ୟାଟିଂ ଆରମ୍ଭ ହୋଇଛି ଓ ଭାରତ ୨ ଓଭରରେ ୧୬ ରନ କରି ଗୋଟିଏ ଓ୍ବିକେଟ ହରାଇଛି ।
ଆହୁରି ପଢ଼ନ୍ତୁ: କାହିଁକି କମୁଛି ସୁନା ଦର
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯.୫ ଓଭରରେ ୩୩୮ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଫୋବେ ଲିଚଫିଲଡ୍ ୧୧୯ ରନ କରିଥିବାବେଳେ ଅଲିସି ପେରି ୭୭ ରନ କରିଥିଲେ । ସେହିପରି ଆସଲେ ଗାର୍ଡନର ୬୩ ରନ କରିଥିବାବେଳେ ବେଥ ମୁନି ୨୪ ରନ କରିଥିଲେ । ଭାରତ ପକ୍ଷରୁ ଶ୍ରୀଚାରନି ଓ ଦିପ୍ତି ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଆହୁରି ପଢନ୍ତୁ: Nitin Gadkari on Road: ରାସ୍ତାରେ ଖାଲ ହେଲେ ମୁଁ କାହିଁକି ଗାଳି ଶୁଣିବି: ଗଡ଼କରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/30/phoebe-litchfield-2025-10-30-19-28-34.jpg)