ବିଶ୍ୱକପ୍‌: ୧୦୫ ରନ୍‌ରେ ୱେଷ୍ଟଇଣ୍ଡିଜ ନିକଟରେ ଆତ୍ମସମର୍ପଣ କଲା ପାକିସ୍ତାନ, ଜସନ୍‌-ଥୋମାସ ନେଲେ ୩-୪ ଓ୍ଵିକେଟ

Advertisment
ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍‌ ଅଭିଯାନରେ ଗେଲ୍‌ଙ୍କ ଅର୍ଦ୍ଧଶତକ, ପାକିସ୍ତାନ ବିପକ୍ଷରେ ୭ ଓ୍ଵିକେଟ୍‌ରେ ଜିତିଲା ଟିମ୍‌

Hindustan times

ନଟିଂହାମ୍‌: ଆଇସିସି ବିଶ୍ୱକପ୍‌ ୨୦୧୯ର ଦ୍ୱିତୀୟ ମ୍ୟାଚ୍‌ରେ ଶୁକ୍ରବାର ୱେଷ୍ଟଇଣ୍ଡିଜ ନିକଟରେ ପାକିସ୍ତାନ ଏକ ସାଧାରଣ ସ୍କୋରରେ ଆତ୍ମସମର୍ପଣ କରିଛି। ପୂରା ଟିମ୍‌ ୧୦୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ନଟିଂହାମ୍‌ର ଟ୍ରେଣ୍ଟବ୍ରିଜ୍‌ରେ ୱେଷ୍ଟଇଣ୍ଡିଜ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଥିଲା। ପୂରା ଟିମ୍‌ ୨୧.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୦୫ ରନ୍‌ କରିବା ପରେ ୱେଷ୍ଟଇଣ୍ଡିଜକୁ ୧୦୬ ରନ୍‌ ଟାର୍ଗେଟ ମିଳିଛି।

ପାକିସ୍ତାନ ଆରମ୍ଭରୁ ଚାପରେ ଥିଲା। ଟିମ୍‌ ୨.୬ ଓଭରରେ ୧୭ ରନ୍‌ରେ ଇମାମ୍‌-ଉଲ୍‌-ହକ୍‌କୁ ହରାଇଥିଲା। ସେହିଭଳି ସ୍କୋର ୩୫ ରନ୍‌ରେ ଫାକର ଜମାମ, ୪୫ ରନ୍‌ରେ ହରିସ ସୋହିଲ, ୬୨ ରନ୍‌ରେ ବାବର ଆଜମ, ୭୫ ରନ୍‌ରେ ସରଫରାଜ ଅହମଦ୍‌, ୭୭ ରନ୍‌ରେ ଇମାଦ ଓ୍ଵାସିମ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଦଳୀୟ ସ୍କୋର ୭୮ ରନ୍‌ରେ ସାହାଦାବ ଖାନ, ୮୧ ରନ୍‌ରେ ହାସନ୍‌ ଅଲୀ, ୮୩ ରନ୍‌ରେ ମହମ୍ମଦ ହଫୀଜ ଓ ୧୦୫ ରନ୍‌ରେ ବହାବ ରିୟାଜ ଭାରତର ଶିକାର ହୋଇଥିଲେ।

ଓସାଇନ୍‌ ଥୋମାସ ୫.୪ ଓଭର ବୋଲିଂ କରି ୨୭ ରନ୍‌ ଦେଇଥିବା ବେଳେ ୪ଟି ଓ୍ଵିକେଟ୍‌ ନେଇଥିଲେ। ଜସନ ହୋଲଡରଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିଲା। ଏଥି ପାଇଁ ସେ ୫ ଓଭର ବୋଲିଂ କରି ୪୨ ରନ୍‌ ଖର୍ଚ୍ଚ କରିଥିଲେ। ଆନ୍ଦ୍ରେ ରସଲ ୩ ଓଭର ବୋଲିଂ କରି ମାତ୍ର ୩ ରନ୍‌ ଦେଇ ୨ ଓ୍ଵିକେଟ ନେଇଥିଲେ। ସେଲଡନ କଟଟ୍ରେଲଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।

ପାକିସ୍ତାନ ସ୍କୋରବୋର୍ଡ

ଇମାମ୍‌-ଉଲ୍‌-ହକ୍‌: କ-ସାଇ ହୋପ୍‌-ବୋ-କଟଟ୍ରେଲ, ୨ ରନ୍‌, ୧୧ ବଲ
ଫାକର ଜମାମ: ବୋ-ଆନ୍ଦ୍ରେ ରସଲ, ୨୨ ରନ୍‌, ୧୬ ବଲ, ୨ ଚୌକା, ୧ ଛକା
ବାବର ଆଜମ: କ-ହୋପ୍‌-ବୋ-ଥୋମାସ, ୨୨ ରନ୍‌, ୩୩ ବଲ, ୨ ଚୌକା
ହରିସ ସୋହିଲ: କ-ହୋପ୍‌-ବୋ-ହେଲଡର, ୮ ରନ୍‌, ୧୧ ବଲ, ୧ ଚୌକା
ସରଫରାଜ ଅହମଦ୍‌ (ଅଧିନାୟକ ଓ ଓ୍ଵିକେଟରକ୍ଷକ): କ-ହୋପ୍‌-ବୋ-ହୋଲଡର, ୮ ରନ୍‌, ୧୨ ବଲ, ୧ ଚୌକା
ମହମ୍ମଦ ହଫୀଜ: କ-କଟଟ୍ରେଲ-ବୋ-ଥୋମାସ, ୧୬ ରନ୍‌, ୨୪ ବଲ, ୨ ଚୌକା
ଇମାଦ୍‌ ଓ୍ଵାସିମ୍‌: କ-କେଲ-ବୋ-ହୋଲଡର. ୧ ରନ୍‌, ୩ ବଲ୍‌
ସହବାଦ୍‌ ଖାନ: ଏଲବିଡବ୍ଲୁ-ବୋଲ-ଥୋମାସ ୦ ରନ୍‌, ୧ ବଲ୍‌
ହାସନ୍‌ ଅଲି: କ-କଟଟେଅଲ-ବୋ-ହୋଲଡର, ୧ ରନ୍‌, ୪ ବଲ୍‌
ବହାବ ରିୟାଜ: ବୋ-ଥୋମାସ, ୧୮ ରନ୍‌, ୧୧ ବଲ, ୧ ଚୌକା, ୨ ଛକା
ମହମ୍ମଦ ଅମୀର: ଅପରାଜିତ ୩ ରନ୍‌, ୬ ବଲ୍‌

ଅତିରିକ୍ତ ୪ ରନ୍‌ (୨ଓାଇଡ, ୨ନୋ ବଲ)
ମୋଟ: ୧୦୫ ରନ୍‌ (୧୦ ଓ୍ଵିକେଟ୍‌, ୨୧.୪ ଓଭର)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe