ବିଶ୍ୱକପ୍‌: ଶେଷ ଇନିଂସକୁ ସ୍ମରଣୀୟ କରିପାରିଲେନି କ୍ରିସ୍‌ ଗେଲ୍‌, ମାତ୍ର ୭ ରନ୍‌ କଲେ ୟୁନିଭର୍ସ ବସ୍‌

Advertisment
ବିଶ୍ୱକପ୍‌: ଶେଷ ଇନିଂସକୁ ସ୍ମରଣୀୟ କରିପାରିଲେନି କ୍ରିସ୍‌ ଗେଲ୍‌, ମାତ୍ର ୭ ରନ୍‌ କଲେ ୟୁନିଭର୍ସ ବସ୍‌

Deccan Herald

ଲିଡସ୍‌: ଆଇସିସି ବିଶ୍ୱକପ୍‌-୨୦୧୯ରେ କ୍ରିସ୍‌ ଗେଲ ନିଜର ବିଦାୟୀ ଇନିଂସକୁ ସ୍ମରଣୀୟ କରିପାରି ନାହାନ୍ତି। ପ୍ରଶଂସକଙ୍କ ମୁହଁରେ ୟୁନିଭର୍ସ ବସ୍‌ ଭାବେ ଜଣାଶୁଣା ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ବିଶ୍ୱକପ୍‌ରେ ନିଜର ଅନ୍ତିମ ଇନିଂସରେ ୭ ରନ୍‌ କରିଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ଏହି ବ୍ୟାଟସ୍‌ମ୍ୟାନ୍‌ ଲିଡସ୍‌ରେ ଓପନିଂ କରି ଉତ୍ସାହଜନକ ସ୍କୋର କରିପାରି ନାହାନ୍ତି।

ପ୍ରଶଂସକମାନେ ଭାବୁଥିଲେ ଯେ, ଗେଲ ବିଶ୍ୱକପ୍‌ରେ ନିଜର ଅନ୍ତିମ ଇନିଂସକୁ ସ୍ମରଣୀୟ ରଖିବେ। ମାତ୍ର ଗେଲ ୧୮ଟି ବଲ ଖେଳି ୭ ରନ୍‌ କରି ଦଉଲତ ଜରଦାନଙ୍କ ବଲ ଇକ୍‌ରାମ୍‌ ଅଲି ଖିଲିଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରି ଯାଇଥିଲେ। ତାଙ୍କର ବ୍ୟାଟରୁ କେବଳ ଗୋଟିଏ ଚୌକା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଦିନିକିଆ କ୍ୟାରିୟରରେ ୧୧୧୯ ଚୌକା ଓ ୩୨୬ ଛକା ମାରିଥିବା ଏହି ଖେଳାଳି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଘୋଷଣା କରିଥିଲେ ଯେ, ଏହା ତାଙ୍କର ଅନ୍ତିମ ବିଶ୍ୱକପ୍‌ ହେବ। ସେ ଚଳିତ ବିଶ୍ୱକପରେ ୮ଟି ମ୍ୟାଚ୍‌ ଖେଳି ୩୦.୨୫ ହାରରେ ୨୪୨ ରନ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe