ବିଶ୍ୱକପ୍‌: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ସୁରକ୍ଷା ନେଇ ଆଇସିସିର ବଢ଼ିଲା ଚିନ୍ତା

Advertisment
ବିଶ୍ୱକପ୍‌: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ସୁରକ୍ଷା ନେଇ ଆଇସିସିର ବଢ଼ିଲା ଚିନ୍ତା

Navbharat Times

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଟିମ୍‌ ରବିବାର ମଂଚେଷ୍ଟରସ୍ଥିତ ଓଲ୍ଡ ଟେଫର୍ଡ ଷ୍ଟାଡିୟମ୍‌ରେ ବିଶ୍ୱକପ୍‌ ୨୦୧୯ର ୨୨ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ। ଚଳିତ ବିଶ୍ୱକପ୍‌ର ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁକାବିଲା। କାରଣ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ସବୁବେଳେ ଚର୍ଚ୍ଚାରେ ରହିଆସିଛି।

ପ୍ରଶଂସକଙ୍କ ସହିତ ଖେଳାଳିଙ୍କ ମନରେ ମଧ୍ୟ ଏହି ମ୍ୟାଚ୍‌କୁ ନେଇ ଉତ୍ସାହ ଥାଏ। ଆୟୋଜକ ଆଇସିସି (ଅନ୍ତଜାତୀୟ କ୍ରିକେଟ ପରିଷଦ) ଏହି ମ୍ୟାଚ ସମୟରେ ସୁରକ୍ଷା ଉପରେ କଡ଼ାନଜର ରିଖିବ ଏଥି ପାଇଁ ପୂର୍ବରୁ ପ୍ରସ୍ତୁତ ରହିଛି। ଆଇସିସି ମହାପ୍ରବନ୍ଧକ (ଷ୍ଟ୍ରାଟିଜିକ୍‌ କମ୍ୟୁନିକେସନ) କ୍ଲେୟର ଫର୍ଲେଗ କହିଛନ୍ତି, ମ୍ୟାଚ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ।

କ୍ଲେୟର କହିଛନ୍ତି, ଆମେ ସୁରକ୍ଷା ସଂପର୍କୀତ ତଥ୍ୟ ବାହାରେ ପ୍ରକାଶ କରିପାରିବୁ ନାହିଁ। ମାତ୍ର ଭାରତ-ପାକିସ୍ତାନ ମ୍ୟାଚ୍‌ ସମୟରେ ପୁଲିସ ଓ ସୁରକ୍ଷା ସଂସ୍ଥା ସୁରକ୍ଷା ଉପରେ ନଜର ରଖିବ। ଆମେ ବିଶ୍ୱକପ ମ୍ୟାଚ ସମୟରେ ସୁରକ୍ଷା ନେଇ ଅଧିକ ଚିନ୍ତିତ ଓ ଯତ୍ନବାନ ବୋଲି ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କ୍ଲେୟର ସୂଚନା ଦେଇଛନ୍ତି।

ସୂତ୍ର ଅନୁସାରେ ଏହି ମ୍ୟାଚ୍‌ ପୂର୍ବରୁ ଓ ମ୍ୟାଚ ପରେ ସେନା ମୁତୟନ ହୋଇପାରନ୍ତି। ପୁଲିସକୁ ପେଟ୍ରୋଲିଂ ଦାୟିତ୍ୱ ହସ୍ତାନ୍ତର କରାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶ୍ୱକପ ଇତିହାସରେ ଏହା ହେଉଛି ୭ମ ମ୍ୟାଚ। ଏହା ପୂର୍ବରୁ ଖେଳାଯାଇଥିବା ସମସ୍ତ ମ୍ୟାଚ ଭାରତ ବିଜୟୀ ହୋଇଛି। ପାକିସ୍ତାନ ୨୦୧୭ ଚାମ୍ପିଅନସ୍‌ ଟ୍ରଫି ଫାଇନାଲରେ ଭାରତକୁ ହରାଇ ଟ୍ରଫି ଜିତିଥିଲା। ଏହି ପରାଜୟ ଭାରତୀୟ ଖେଳାଳିଙ୍କ ପାଇଁ ନିଶ୍ଚିତ ଭାବେ ମନେଥିବ।

ଚଳିତ ବିଶ୍ୱକପରେ ଭାରତ ଏଯାଏଁ ୩ଟି ମ୍ୟାଚ୍‌ ଖେଳିଛି। ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ସେହିପରି ପାକିସ୍ତାନ ୩ଟି ମ୍ୟାଚ୍‌ ଖେଳି ୨ଟିରେ ହାରିଥିବା ବେଳେ ଗୋଟିଏରେ ବିଜୟ ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe