Cricket: ପାକିସ୍ତାନକୁ ଟ୍ରୋଲ୍‌ କଲା ଆଇସ୍‌ଲାଣ୍ଡ୍‌

Advertisment

ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ଆଇସିସି ଓ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ମଧ୍ୟରେ ଲାଗି ରହିଥିବା ବିବାଦରେ ଅଯଥା ହସ୍ତକ୍ଷେପ କରିଚାଲିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ଗୋଳିଆ ପାଣିରୁ ଫାଇଦା ଉଠାଇବା ଲକ୍ଷ୍ୟ ନେଇ ପରୋକ୍ଷରେ...

ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ଆଇସିସି ଓ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ମଧ୍ୟରେ ଲାଗି ରହିଥିବା ବିବାଦରେ ଅଯଥା ହସ୍ତକ୍ଷେପ କରିଚାଲିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ଗୋଳିଆ ପାଣିରୁ ଫାଇଦା ଉଠାଇବା ଲକ୍ଷ୍ୟ ନେଇ ପରୋକ୍ଷରେ...

t20 world cup

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ଆଇସିସି ଓ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ମଧ୍ୟରେ ଲାଗି ରହିଥିବା ବିବାଦରେ ଅଯଥା ହସ୍ତକ୍ଷେପ କରିଚାଲିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ଗୋଳିଆ ପାଣିରୁ ଫାଇଦା ଉଠାଇବା ଲକ୍ଷ୍ୟ ନେଇ ପରୋକ୍ଷରେ ବିଶ୍ବକପ୍‌କୁ ବର୍ଜନ କରିବ ବୋଲି ଧମକ ଦେଉଛି। ପିସିବିର ଏହି ପ୍ରହଶନକୁ କଟାକ୍ଷ କରିଛି ଆଇସ୍‌ଲାଣ୍ଡ୍‌ କ୍ରିକେଟ୍ ବୋର୍ଡ।

ଅନ୍‌ଲାଇନ୍‌ରେ ଗମାତଭରା ଲେଖାଲେଖି ପିସିବିକୁ ତାଚ୍ଛଲ୍ୟ କରିଛି। ଯଦି ତୁମେ ଓହରିଯାଏ ବିକଳ୍ପ ପ୍ରସ୍ତୁତ ରହିଛି ବୋଲି ଥଟ୍ଟା କରିଛି। ଏହି ପ୍ରସଙ୍ଗରେ ନିଜ ମତ ରଖିବାକୁ ଯାଇ ଆଇସିସିର ସଯୋଗୀ ସଦସ୍ୟ ଥିବା ‘ଆଇସ୍‌ଲାଣ୍ଡ୍‌ କ୍ରିକେଟ୍’ ଲେଖିଛି ଯେ ପାକିସ୍ତାନ ତା’ର ବିଶ୍ବକପ୍‌ ଅଂଶଗ୍ରହଣ ନିଷ୍ପତ୍ତିକୁ ତୁରନ୍ତ ନେଉ ବୋଲି ଆମେ ଚାହୁଛୁ। ସେମାନେ ଫେବ୍ରୁଆରି ୨ରେ ବିଶ୍ବକପ୍‌ରୁ ଓହରିଯିବା ପରେ ପରେ ହିଁ ଆମେ କଲମ୍ବୋ ଅଭିମୁଖେ ତୁରନ୍ତ ଯାତ୍ରା କରି ଆରମ୍ଭ କରିବୁ। ହେଲେ ଫେବ୍ରୁଆରି ୭ ସୁଦ୍ଧା ସେଠାରେ ପହଞ୍ଚି ମ୍ୟାଚ୍ ଖେଳିବା ଆମ ଟିକିଏ କଷ୍ଟକର ହେବ।

ଆହୁରି ପଢ଼ନ୍ତୁ: Magh Mela: ମାଘ ମେଳା ଛାଡ଼ି କାଶୀ ଗଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରାନନ୍ଦ

କଲମ୍ବୋକୁ ପ୍ରଥମ ଯାତ୍ରା ଆମ ପାଇଁ ବେଶ୍‌ ଆହ୍ବାନପୂର୍ଣ୍ଣ ରହିବ। ଏଭଳି ଉତ୍ସାହକୁ ନେଇ କିନ୍ତୁ ଆମ ଓପନର୍‌ ଆଉ ରାତିରେ ‌ଶୋଇ ପାରୁ ନାହାନ୍ତି। ଆଇସ୍‌ଲାଣ୍ଡ୍‌ କ୍ରିକେଟ୍‌ର ଏହି ଟ୍ବିଟ୍‌କୁ କ୍ରିକେଟ୍‌ପ୍ରେମୀ ବହୁତ ପସନ୍ଦ କରୁଛନ୍ତି। ପିସିବି ଏଭଳି ଟ୍ରୋଲ୍‌ ହେବାରୁ ଅ‌ନେକ ମଜା ଉଠାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe