ଇଡ୍‌କୋ ଜିତିଲା ଇନୋଭାରେ କର୍ପୋରେଟ୍‌ କପ୍‌

Advertisment

ଇନୋଭାରେ କର୍ପୋରେଟ୍‌ କପ୍‌ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ରବିବାର ଅୟୋଜକ ଇନୋଭାରେକୁ ୧୧ ରନ୍‌ରେ ହରାଇ ଘରୋଇ ଇଡ୍‌କୋ ବିଜେତା ହୋଇଛି। ମାନସ ଦାସ (୩୯) ଓ ଅଧିନାୟକ ସିଦ୍ଧାନ୍ତ ରାୟ (୩୨)ଙ୍କ ବଳରେ...

ଇନୋଭାରେ କର୍ପୋରେଟ୍‌ କପ୍‌ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ରବିବାର ଅୟୋଜକ ଇନୋଭାରେକୁ ୧୧ ରନ୍‌ରେ ହରାଇ ଘରୋଇ ଇଡ୍‌କୋ ବିଜେତା ହୋଇଛି। ମାନସ ଦାସ (୩୯) ଓ ଅଧିନାୟକ ସିଦ୍ଧାନ୍ତ ରାୟ (୩୨)ଙ୍କ ବଳରେ...

xxvbnm

ଭୁବନେଶ୍ବର: ଇନୋଭାରେ କର୍ପୋରେଟ୍‌ କପ୍‌ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ରବିବାର ଅୟୋଜକ ଇନୋଭାରେକୁ ୧୧ ରନ୍‌ରେ ହରାଇ ଘରୋଇ ଇଡ୍‌କୋ ବିଜେତା ହୋଇଛି। ମାନସ ଦାସ (୩୯) ଓ ଅଧିନାୟକ ସିଦ୍ଧାନ୍ତ ରାୟ (୩୨)ଙ୍କ ବଳରେ ଇଡ୍‌କୋ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୫ ରନ୍ କରିଥିଲା। ପ୍ରତିପକ୍ଷର ହିମାଂଶୁ ପତି ୩ ୱିକେଟ୍ ନେଇଥିଲେ। ଜବାବରେ ଇନୋଭାରେ ଦଳ ୧୩୪/୯ରେ ସୀମିତ ରହିଯାଇଥିଲା। ହିମାଂଶୁ ପତି (୨୭), ରାଜେଶ ପାଇକରାୟ (୨୬), ଅସ୍ମିତ ରାଉତ (୨୬) ଲଢ଼ିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରି ନଥିଲେ।

ବିସ୍ମୟ ଦାସ ୩ ୱିକେଟ୍ ନେଇଥିଲେ। ସିଦ୍ଧାନ୍ତ ରାୟ ଫାଇନାଲ୍‌ର ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରାଜେଶ ପାଇକରାୟ ଶ୍ରେଷ୍ଠ ବ୍ୟାଟର୍ ଓ ହିମାଂଶୁ ପତି ‌ଶ୍ରେ‌ଷ୍ଠ ବୋଲର ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, ପୂର୍ବତନ ରଣଜୀ କ୍ରିକେଟର୍ ରାକେଶ ମହାନ୍ତି, ସମାଜସେବୀ ଅକ୍ଷୟ ଜେନା, ଇନୋଭାରେର ସିଟିଓ ତଥା କୋ ଫାଉଣ୍ଡର୍‌ ମୋହର ମିଶ୍ର ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe