କରୋନା ବଦଳାଇଦେଲା ନିୟମ; ୧୧ ବଦଳରେ ୯ ଖେଳାଳିଙ୍କୁ ନେଇ ଖେଳାଯାଇପାରିବ ମହିଳା ବିଶ୍ଵକପ କ୍ରିକେଟ୍

Advertisment
କରୋନା ବଦଳାଇଦେଲା ନିୟମ; ୧୧ ବଦଳରେ ୯ ଖେଳାଳିଙ୍କୁ ନେଇ ଖେଳାଯାଇପାରିବ ମହିଳା ବିଶ୍ଵକପ କ୍ରିକେଟ୍

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଆଇସିସି ମହିଳା ବିଶ୍ଵକପର ନିୟମରେ ବଡ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁସାରେ ଯଦି କୌଣସି ଦଳରେ କରୋନାର ଅଧିକ ମାମଲା ଦେଖାଦିଏ ଓ ୧୧ ଜଣ ଖେଳାଳି ଦଳରେ ପୂରଣ ହୋଇ ନପାରନ୍ତି ତେବେ ସେହି ଦଳ ୯ ଜଣ ଖେଳାଳିଙ୍କ ସହ ମ୍ୟାଚ୍ ଖେଳି ପାରିବେ।

ଆଇସିସିର ‘ହେଡ୍ ଅଫ୍ ଇଭେଣ୍ଟ୍ସ’ କ୍ରିସ୍ ଟେଟଲି ଗୁଗୁବାର ଦିନ ଖ୍ରୀଷ୍ଟଚର୍ଚ୍ଚରେ ମିଡିଆ ସହ କଥାବାର୍ତ୍ତା ସମୟରେ କହିଛନ୍ତି, କରୋନାକୁ ଦେଖି ଆମକୁ ନିୟମକୁ ଟିକେ ନରମ କରିବାକୁ ପଡିବ। ଆମେ ପରିସ୍ଥିତିକୁ ଦେଖି ଖେଳକୁ ପରିଚାଳିତ କରିଥାଉ। ଆମେ ଖେଳାଳିମାନଙ୍କୁ ନେଇ ନିୟମକୁ କୋହଳ ରଖିଛୁ ତେବେ ଅଫିସିଆଲି ଦଳଗୁଡିକ ୧୫ ଜଣ ଖେଳାଳିଙ୍କୁ ରଖି ପାରିବେ।

ଆଇସିସି ମହିଳା ବିଶ୍ଵକପ୍ ବିଜେତା ଦଳକୁ ଏବର୍ଷ ଗତବର୍ଷ ତୁଳନାରେ ଦୁଇଗୁଣା ପୁରସ୍କାର ଅର୍ଥ ମିଳିବ। ଏବର୍ଷ ବିଶ୍ଵକପ୍ ବିଜେତା ଦଳକୁ ୧୦ କୋଟି ଟଙ୍କା (୧.୩୨ ମିଲିୟନ୍ ଆମେରିକୀୟ ଡଲାର୍) ମିଳିବ।
ଆଇସିସି ମହିଳା ବିଶ୍ଵକପ୍ ୪ ମାର୍ଚ୍ଚରୁ ନ୍ୟୁଜିଲ୍ୟାଣ୍ଡରେ ଖେଳାଯିବ। ପ୍ରଥମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ଓ ଓ୍ଵେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ।

ଭାରତୀୟ ଦଳ ପ୍ରଥମ ମୁକାବିଲା ପାକିସ୍ତାନ ବିରୋଧରେ ୬ ମାର୍ଚ୍ଚରେ ଖେଳିବ। ଏହାପରେ ଭାରତ ୧୦ ମାର୍ଚ୍ଚରେ ନ୍ୟୁଜିଲ୍ୟାଣ୍ଡ୍, ୧୨ ମାର୍ଚ୍ଚରେ ଓ୍ଵେଷ୍ଟଇଣ୍ଡିଜ୍ ଓ ୧୬ ମାର୍ଚ୍ଚରେ ଇଂଲଣ୍ଡ ବିରୋଧରେ ଖେଳିବ। ଏହାପରେ ଭାରତ ୧୯ ମାର୍ଚ୍ଚରେ ଅଷ୍ଟ୍ରେଲିଆ, ୨୨ ମାର୍ଚ୍ଚରେ ବାଂଲାଦେଶ ଓ ୨୭ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳିବ। ବିଶ୍ଵକପରେ ୮ଟି ଦଳ ଭାଗନେବେ। ଭାରତୀୟ ମହିଳା ଦଳ ଆଜି ପର୍ଯ୍ୟନ୍ତ ଗୋଟିଏ ବି ବିଶ୍ଵକପ୍ ଜିତିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe