ଧୋନିଙ୍କ ବିଶ୍ବାସ ନ ଆସିଲେ, ଭଗବାନ ବି ସହାୟ ହେବେନି: ବଦ୍ରିନାଥ

ଏଥରର ଆଇପିଏଲ୍‌ ଧୋନିଙ୍କ ପାଇଁ ଚୟନ ମାନଦଣ୍ଡ ହେବା ଅନୁଚିତ: ନେହରା

DNA India

ନୂଆଦିଲ୍ଲୀ: ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତାମିଲନାଡୁ ପାଇଁ ୧୦,୦୦୦ରୁ ଅଧିକ ରନ୍‌ ସଂଗ୍ରହ କରିଥିବା ସୁବ୍ରମଣ୍ୟମ ବଦ୍ରିନାଥ ନିଜ ଆଇପିଏଲ୍‌ ଅଭିଜ୍ଞତା ବଖାଣିବା ଅବସରରେ ଚେନ୍ନାଇ ସୁପର୍‌ କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପ୍ରଶଂସା କରିଥିଲେ। ନିଜକୁ ଜଣେ ଟି-୨୦ ବ୍ୟାଟ୍‌ସମ୍ୟାନ୍‌ ଭାବେ ପ୍ରମାଣିତ କରିବା ପଛରେ ଧୋନିଙ୍କ ସମର୍ଥନ ରହିଥିବା ସେ ସ୍ବୀକାର କରିଥିଲେ। ଏହି ଅବସରରେ ବଦ୍ରିନାଥ କହିଥିଲେ, ‘ଧୋନି ସବୁବେଳେ ଖେଳାଳିଙ୍କ ଭୂମିକାର ଗୁରୁତ୍ବକୁ ବୁଝିଥିଲେ, ଦଳକୁ କଠୋର ପରିସ୍ଥିତିରୁ ବାହାର କରିବା ମୋ କାମ ଥିଲା। ମୋ ଭୂମିକା ମଧ୍ୟକ୍ରମରେ ରହିଥିଲା।‌ ଧୋନିଙ୍କ ସବୁଠୁ ବଡ଼ ସାମର୍ଥ୍ୟ ହେଲା‌ ସେ‌ ଖେଳାଳିଙ୍କୁ ଅତିରିକ୍ତ ସୁଯୋଗ ଦିଅନ୍ତି। ବଦ୍ରି ଯଦି ଭଲ ବୋଲି ତାଙ୍କର ବିଶ୍ବାସ ଆସିଯାଇଛି, ତେବେ ବିଦ୍ରି ନିଶ୍ଚିତ ଦଳରେ ଥିବେ, ଏଇଟା ଠିକ୍ ଅଛି ବୋଲି ତାଙ୍କ ବିଶ୍ବାସ ଆସିଗଲେ ସେ ସେହି ପ୍ରକ୍ରିୟାକୁ ଜାରି ରଖନ୍ତି। ‘ନିଜକୁ ପ୍ରମାଣ କରିବା ପର୍ଯ୍ୟନ୍ତ ତାଙ୍କୁ ସୁଯୋଗ ଦେବି’ରେ ସେ ବିଶ୍ବାସ କରନ୍ତି। ସେହିଭଳି ଧୋନି ଯଦି ବିଶ୍ବାସ କରନ୍ତି ଯେ ତୁମ ନିକଟରେ ପ୍ରତିଭା ନାହିଁ, ତେବେ ଈଶ୍ବର ଆସିଲେ ବି ସହାୟ ହେବେନି। ତାଙ୍କର ନିଜସ୍ବ ବିଚାର ଓ ଚିନ୍ତାଧାରା ରହିଛି, ସେ ସେଥିରେ ତିଷ୍ଠି ରୁହନ୍ତି’ ବୋଲି କହିଥ‌ିଲେ ବଦ୍ରିନାଥ।

ଧୋନିଙ୍କ ଭବିଷ୍ୟତ ନିର୍ଧାରଣ ପାଇଁ ରକେଟ୍ ସାଇନ୍ସର ଆବଶ୍ୟକତା ନାହିଁ। ତାଙ୍କ ଶରୀର କେତେ ଖେଳିବ ତାଙ୍କୁ ଜଣାଅଛି। ପ୍ରତି ୱିକେଟ୍‌ରକ୍ଷକଙ୍କ ଭଳି ତାଙ୍କର ପିଠି ସମସ୍ୟା ରହିଛି। ସେଥିପାଇଁ ସେ ପ୍ରଥମ‌ ଶ୍ରେଣୀ ଓ ଟେଷ୍ଟ୍ କ୍ରିକେଟ୍‌‌ ଖେଳୁନାହାନ୍ତି। ତାଙ୍କ ନିକଟରେ କେତେ କ୍ରିକେଟ୍ ବାକି ଅଛି ସେ ଜାଣିଛନ୍ତି। ତାଙ୍କ ଦକ୍ଷତାର ଜଣେ ଖେଳାଳି ସମ୍ପର୍କରେ ଅନ୍ୟ ଜଣେ କହିବାର ଆବଶ୍ୟକତା ନାହିଁ ବୋଲି ବଦ୍ରି ପ୍ରକାଶ କରିଥିଲେ। ୨୦୦୮ରେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ମୁଁ ପ୍ରଥମ ଆଇପିଏଲ୍‌ ଅର୍ଧଶତକ (୬୪ ରନ୍) ହାସଲ କରିବା ପରେ ନିଜ ଟି-୨୦ ଦକ୍ଷତା ଉପରେ ବିଶ୍ବାସ ଆସିଥିଲା ବୋଲି ମଧ୍ୟ ସେ କହିଥିଲେ। ସେହି ମ୍ୟାଚ୍‌ରେ ମୋ ଭଲ ବଂଧୁ ଏଲ୍ ବାଲାଜୀ ହ୍ୟାଟ୍ରିକ୍ ନେଇଥିଲେ ଓ ଆମେ ମ୍ୟାଚ୍‌ ଜିତିଥିଲୁ। ସେବେଠାରୁ ମୋ ଟି-୨୦ ଚିନ୍ତାଧାରାରେ ବଡ଼ ପରିବର୍ତନ ଆସିଥିଲା ବୋଲି ଏହି ଲିଗ୍‌ରେ ୯୫ ମ୍ୟାଚ୍‌ରୁ ୩୦.୬୫ ହାରରେ ୧୪୪୧ ରନ୍ ସଂଗ୍ରହ କରିଥିବା ବଦ୍ରିନାଥ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe