ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୩୭ ଦିନ, ୧୦୦୦୦ ଦର୍ଶକଙ୍କୁ ମିଳିବ ଅନୁମତି

Advertisment
ବିନାଦର୍ଶକରେ ଟୋକିଓ ଅଲିମ୍ପିକ୍ସ

Olympics

ଟୋକିଓ: ଜାପାନରେ ଜୁଲାଇ ୨୩ରୁ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରେ ୧୦୦୦୦ ପର୍ଯ୍ୟନ୍ତ ଦର୍ଶକଙ୍କୁ ଅନୁମତି ମିଳିବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ହେଲେ ଏଥିରେ କେତେ ଘରୋଇ ଦର୍ଶକ ରହିବେ ତାହା ତାହା ସ୍ପଷ୍ଟ ହୋଇନି। ଷ୍ଟାଡିୟମ କ୍ଷମତାର ୫୦ ପ୍ରତିଶତ କିମ୍ବା ୧୦୦୦୦ ଦର୍ଶକ ଏହା ମଧ୍ୟରୁ ଯେଉଁଟା କମ୍‌ ହେବ ତାହା କରିବା ଲାଗି ଯୋଜନା ଚାଲିଛି। ବିଦେଶୀ ଦର୍ଶକଙ୍କ ଉପରେ କଟକଣା ରହିଥିବା‌ରୁ କେତେ‌ ଘରୋଇ ଦର୍ଶକ ଖେଳ ଦେଖିବେ ତାହା ଉପରେ ବିଚାରବିମର୍ଶ ଚାଲିଛି।

ଦେଶରେ ଭୂତାଣୁ ଜନିତ ଜରୁରିକାଳୀନ ସ୍ଥିତି ଜୁନ୍‌ ୨୦ରେ ଉଠିବା ପରେ ହିଁ ଯାହା ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି। ବୁଧବାର ସରକାର ଓ ଭୂତାଣୁ ଟାସ୍କଫୋର୍ସ ମଧ୍ୟରେ ‌ହୋଇଥିବା ବୈଠକରେ ଭୂତାଣୁ ଜରୁରିକାଳୀନ ସ୍ଥିତିକୁ ଜୁନ୍‌ ୨୦ରେ ଉଠାଇବା ଲାଗି ନିଷ୍ପତ୍ତି ହୋଇଛି। ହେଲେ ସରକାର ଅର୍ଦ୍ଧଜରୁରିକାଳୀନ ସ୍ଥିତି ଲଗାଇପାରନ୍ତି। ଏଥିରେ ମଦ ବିକ୍ରି କିମ୍ବା ବାର୍‌ ଓ ରେସ୍ତୋ‌ରାଁ ଖୋଲିବା ଉପରେ କିଛି କଟକଣା ଲଗାଇବାର ସମ୍ଭାବନା ରହିଛି। ଜରୁରିକାଳୀନ ଉଠିଲା ପରେ ହିଁ ସରକାର ଯାହା ନିଷ୍ପତ୍ତି ନେବେ। ଯାହା ଖବର ମିଳୁଛି ଚଳିତ ମାସ ଶେଷ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe