ସବୁ ଅଙ୍କ ଭୁଲ ହେଇଗଲା... ଆଇଆଇଟି ବାବାଙ୍କ ଭବିଷ୍ୟବାଣୀ ଫେଲ ମାରିଲା, ଟ୍ରୋଲ୍ କଲେ କ୍ରିକେଟ୍ ପ୍ରେମୀ

iit baba

Photograph: (SAMBAD.IN)

ନୂଆଦିଲ୍ଲୀ: ବାବାଙ୍କୁ ମହଙ୍ଗା ପଡିଲା ଭବିଷ୍ୟବାଣୀ । ଭାରତ ହାରିବା ନେଇ କରିଥିବା ଅନୁମାନ ମିଛ ପ୍ରମାଣିତ ହେଲା । ଭୁଲ୍‌ ହୋଇଗଲା ଆଇଆଇଟି ବାବାଙ୍କ ଗଣନା । ମିଛରେ କରିଥିଲେ ଭବିଷ୍ୟବାଣୀ । ବିରାଟ କୋହଲିଙ୍କୁ ଚାଲେଞ୍ଜ କରିବା ଏବେ ମହଙ୍ଗା ପଡ଼ିଛି ଆଇଆଇଟି ବାବା ଭାବେ ପରିଚିତ ଅଭୟ ସିଂହଙ୍କୁ । ଭାରତର ବିଜୟ ପରେ ଏବେ ଖୁବ ଟ୍ରୋଲ ହେଉଛନ୍ତି ବାବା । ସୋସିଆଲ ମିଡିଆରେ ବାବାଙ୍କୁ ଭଣ୍ଡ କହିବା ସହ ଗାଳି କରୁଛନ୍ତି ଭାରତୀୟ କ୍ରିକେଟ୍‌ ପ୍ରେମୀ । ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତ ହାରିଯିବ ବୋଲି ଦାବି କରିଥିଲେ ଅଭୟ ସିଂହ । 

କୋହଲିଙ୍କୁ ଚାଲେଞ୍ଜ କରିବାକୁ ମଧ୍ୟ ପଛାଇ ନଥିଲେ । କହିଥିଲେ ବିରାଟଙ୍କୁ କହିଦିଅ ଯେତେ ଚେଷ୍ଟା କଲେ ବି ଦଳ ହାରିଯିବ । ତାଙ୍କ ପ୍ରଦର୍ଶନ ଏଥର ବି ଭଲ ହେବନି । ସେ ଏହି ମ୍ୟାଚରେ ପ୍ରଭାବ ପକାଇ ପାରିବେନି ।  କିନ୍ତୁ ବାବାଙ୍କ ଭବିଷ୍ୟବାଣୀ ଓଲଟି ଯାଇଛି । ପାକିସ୍ତାନକୁ ୬ ୱିକଟରେ ହରାଇ ମ୍ୟାଚ୍ ଜିତି ନେଇଛି ରୋହିତ ବାହିନୀ। ଆଉ ଶତକ ମାରି ଏହି ମ୍ୟାଚର ହିରୋ ପାଲଟିଛନ୍ତି ବିରାଟ । ଯାହା ପରେ ବାବାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe