ଆଇଲିଗ୍‌ ଖେଳିବେ ଚନ୍ଦନ, ରଞ୍ଜନ ଓ ସୁନୀଲ

Advertisment
ଆଇଲିଗ୍‌ ଖେଳିବେ ଚନ୍ଦନ, ରଞ୍ଜନ ଓ ସୁନୀଲ

ଭୁବନେଶ୍ୱର ଓଡ଼ିଶା ଫୁଟ୍‌ବଲ୍‌ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି କଳିଙ୍ଗ ଫୁଟ୍‌ବଲ୍‌ ଏକାଡେମି। ୧୭ ବର୍ଷ ତଳେ ଶ୍ରୀନିବାସ ମିଶ୍ରଙ୍କ ପ୍ରୟାସରେ ଗଢି ଉଠିଥିବା କଳିଙ୍ଗ ସ୍ପୋର୍ଟସ୍‌ କ୍ଲବ୍‌ ପରେ କଳିଙ୍ଗ ଫୁଟ୍‌ବଲ୍‌ ଏକାଡେମିରେ ରୂପାନ୍ତରିତ ହୋଇଥିଲା। ଦିଲ୍ଲୀର ଆର୍ଡର ଫୁଟ୍‌ବଲ୍‌ ଏକାଡେମି ପୃଷ୍ଠପୋଷକତାରେ ୨୦୧୬ ସ୍ୱତନ୍ତ୍ରତା ଦିବସ ଅବସରରେ ଏକାଡେମିରେ ରୂପାନ୍ତରିତ ହେବାଠାରୁ ହିଁ ଉନ୍ନତି ପଥରେ ଆଗେଇ ଚାଲିଛି। ଅବଶ୍ୟ ଏକାଡେମିର ସଫଳତା ପାଇଁ ଶ୍ରୀନିବାସ ସଂପାଦକ ଜୟଦେବ ମହାପାତ୍ରଙ୍କୁ ଶ୍ରେୟ ଦେଇଛନ୍ତି। ବିଭିନ୍ନ ମହଲରେ ତାଙ୍କର ସୁସଂପର୍କ ହିଁ ଆମ ଖେଳାଳିଙ୍କୁ ବାଇଚୁଙ୍ଗ୍‌ ଭୂତିଆ ଫୁଟ୍‌ବଲ୍‌ ସ୍କୁଲ୍‌ରେ ସାମିଲ ହେବାର ସୁଯୋଗ ଦେଇଥିଲା ବୋଲି ଶ୍ରୀନିବାସ କହିଛନ୍ତି। ଏହି ଏକାଡେମିର ତିନି ଜଣ ପିଲା ଜାତୀୟସ୍ତରରେ ଖେଳିବା ପାଇଁ ମନୋନୀତ ହେବା

ନୂଆ ଇତିହାସ ହୋଇଛି। ଏକାଡେମିର ଏହି ତିନି ଖେଳାଳି ହେଲେ ଚନ୍ଦନ ନାୟକ, ରଞ୍ଜନ ସୋରେନ୍‌ ଓ ସୁନୀଲ ସୋରେନ୍‌। ଏହି ତିନି ଯୁବ ତାରକା ୧୩ ବର୍ଷରୁ କମ୍‌ ଆଇଲିଗ୍‌ରେ ଖେଳିବା ଲାଗି ଯୋଗ୍ୟତା ହାତେଇ ନେଇଛନ୍ତି। ସେମାନେ ଆସନ୍ତା ଡିସେମ୍ବର ୪ ତାରିଖରୁ ବାଇଚୁଙ୍ଗ୍‌ ଭୂତିଆ ଫୁଟ୍‌ବଲ୍‌ ସ୍କୁଲ୍‌ ତରଫରୁ ପ୍ରଥମ ମ୍ୟାଚ୍‌ ଖେଳିବେ। ଏହି ସ୍କୁଲ୍‌ ତରଫରୁ ଗତ ୧୨ ତାରିଖ ଦିନ ତିନି ଜଣଙ୍କୁ ଡକରା ମିଳିଥିଲା। ୧୩ ତାରିଖରେ ତିନିଜଣ ଯାକ ଦିଲ୍ଲୀ ଯାଇଥିଲେ।

ସେଠାରେ ସ୍କୁଲ୍‌ର ଅନ୍ୟ ସାଥୀମାନଙ୍କ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସାମ୍‌ନା କରି ଆଇଲିଗ୍‌ ଯୋଗ୍ୟତା ହାସଲ କରିଥିଲେ। ଚନ୍ଦନ ଷ୍ଟ୍ରାଇକର୍‌, ରଞ୍ଜନ ଡିଫେଣ୍ଡର ଓ ସୁନୀଲ ମିଡ଼୍‍ଫିଲ୍‌ଡର ଭାବେ ଦଳରେ ଖେଳିବେ। ତାଙ୍କ ଦଳ (ବାଇଚୁଙ୍ଗ୍‌ ଭୂତିଆ ଫୁଟ୍‌ବଲ୍‌ ସ୍କୁଲ୍‌) ଆଇଲିଗ୍‌ରେ ହିନ୍ଦୁସ୍ତାନ, ସହଦେବ, ଦିଲ୍ଲୀ ଡାଇନାମୋ, କନ୍‌ସିଅଣ୍ଟ୍‌ ଓ ଦିଲ୍ଲୀ ୟୁନାଇଟେଡ୍‌ କ୍ଲବ୍‌ ସହ ଗୋଟିଏ ଗ୍ରୁପ୍‌ରେ ସାମିଲ ହୋଇଛି। ଜର୍ମାନିର ବେୟର୍ନ ମ୍ୟୁନିକ୍‌ କ୍ଲବ୍‌ରେ ପ୍ରଶିକ୍ଷଣ ନେଇ ଫେରିଥିବା ଚନ୍ଦନ ସ୍ଥାନୀୟ ଶବର ସାହି ବାସିନ୍ଦା ହୋଇଥିଲା ବେଳେ ଉଭୟ ରଞ୍ଜନ ଓ ସୁନୀଲ ସାଲିଆ ସାହି ନିବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe