ଆଇପିଏଲ୍‌ରେ କେବଳ ଭାରତୀୟଙ୍କ ପାଇଁ ଲାଗୁ ହେବ ଇମ୍ପାକ୍ଟ ପ୍ଲେୟାର ନିୟମ

ଆଇପିଏଲ୍‌ରେ କେବଳ ଭାରତୀୟଙ୍କ ପାଇଁ ଲାଗୁ ହେବ ଇମ୍ପାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଇମ୍ପାକ୍ଟ ପ୍ଲେୟାର କନ୍‌ସେପ୍ଟ (ନିୟମ) ଆଗାମୀ ସପ୍ତଦଶ ସଂସ୍କରଣରୁ ହିଁ ପ୍ରଚଳିତ ହେବ। ଏଥିପାଇଁ କେବଳ ଭାରତୀୟ ଖେଳାଳିମାନେ ଆବେଦନ କରିପାରିବେ। ଏହା କିପରି କାର୍ଯ୍ୟକାରୀ କରାଯିବ ସେନେଇ ଯଦିଓ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ନିୟମାବଳୀ ସେୟାର କରିନାହିଁ ତଥାପି ଫ୍ରାଞ୍ଚାଇଜ୍‌ମାନଙ୍କ ସହ ବାର୍ତାଳାପ କରୁଥିବା ବିସିସିଆଇ ପ୍ରବନ୍ଧକ କିଛିଟା ସୂଚନା ଦେଇଛନ୍ତି। ପ୍ରବନ୍ଧକଙ୍କ କହିବା ଅନୁଯାୟୀ ମ୍ୟାଚ୍‌ ବେଳେ କେବଳ ଭାରତୀୟ ଖେଳାଳି ହିଁ ଦ୍ବାଦଶ ଖେଳାଳି କିମ୍ବା ସକ୍ରିୟ ବଦଳ ଖେଳାଳି ଭାବେ ଆସିପାରିବେ। କାରଣ କୌଣସି ଦଳ ତା’ର ଜଣେ ବିଦେଶୀ ଖେଳାଳି ବଦଳରେ ଅନ୍ୟ ଜଣେ ବିଦେଶୀ ଖେଳାଳିଙ୍କୁ ଦଳ ଏକ୍ଷେତ୍ରରେ ସାମିଲ କରିପାରିବ ନାହିଁ ବୋଲି ଫ୍ରାଞ୍ଚାଇଜ୍‌ମାନେ ସ୍ପଷ୍ଟ କରିଛନ୍ତି।

ଏପରିକି କୌଣସି ଦଳ ମଧ୍ୟ ଜଣେ ଭାରତୀୟ ଖେଳାଳିଙ୍କ ବଦଳରେ ଜଣେ ବିଦେଶୀ ଖେଳାଳିଙ୍କୁ ନେବାର ଅନୁମତି ପାଇବ ନାହିଁ। ଅନ୍ୟପକ୍ଷରେ ପୂର୍ବରୁ ପ୍ରଚଳିତ କେବଳ ୪ ବିଦେଶୀ ଖେଳାଳିଙ୍କୁ ଗୋଟିଏ ମ୍ୟାଚ୍‌ରେ ଅଂଶଗ୍ରହଣ ବ୍ୟବସ୍ଥା ଜାରି ରହିବ। ଇମ୍ପାକ୍ଟ ପ୍ଲେୟାରଙ୍କ ଭୂମିକା ଦଳରେ ଗୁରୁତ୍ବପୂର୍ଣ୍ଣ ରହିବ। ସେହି ଖେଳାଳି ଜଣକ ହିଁ ବଦଳ ଭାବେ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂ କରିବାର ଅନୁମତି ପାଇବେ। ହେଲେ ସଂପୃକ୍ତ ଇମ୍ପାକ୍ଟ ଖେଳାଳିଙ୍କୁ ବ୍ୟାଟିଂ କିମ୍ବା ବୋଲିଂ ପାଳିର ୧୪ ଓଭର ମଧ୍ୟରେ ପଡ଼ିଆକୁ ଆସିବାକୁ ପଡ଼ିବ। ଏହାପରେ ଆସିଲେ ସେ କେବଳ କ୍ଷେତ୍ରରକ୍ଷଣ କରିପାରିବେ। କିନ୍ତୁ ବିଦେଶୀ ଖେଳାଳି ବଦଳ ଭାବେ କେବଳ ପଡ଼ିଆରେ କ୍ଷେତ୍ରରକ୍ଷଣ ହିଁ କରିପାରିବେ ବୋଲି ନିୟମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe