୧୦୦ ମ୍ୟାଚ୍‌ ହେଲା ୧୦୦ ଛୁଇଁଲେନି କୋହଲି

Advertisment
ମୁମ୍ବାଇ ସମର୍ଥନ ସର୍ବଦା‌ ମନେରହିବ: କୋହଲି

News Day Express

ମୁମ୍ବାଇ: ପୂର୍ବତନ ଭାରତୀୟ ତଥା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲି ଏବେ ଅତ୍ୟନ୍ତ ଖରାପ ସମୟ ଦେଇ ଗତି କରୁଛନ୍ତି। ମଙ୍ଗଳବାର ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ବିପକ୍ଷରେ ପ୍ରଥମ ବଲ୍‌ରେ ଆଉଟ୍ ହେବା ସହ ଆଇପିଏଲ୍‌ ଇତିହାସରେ ଚତୁର୍ଥ ଥର ପାଇଁ ଖାତା ଖୋଲିବା ପୂର୍ବରୁ ପ୍ରଥମ ବଲ୍‌ରେ ହିଁ ନିଜ ୱିକେଟ୍ ଫିଙ୍ଗି ଦେଇଛନ୍ତି ସେ। ତା’ ସହ ଚଳିତ ଋତୁରେ ୭ ମ୍ୟାଚ୍ ଖେଳି ମାତ୍ର ୧୧୯ ରନ୍ କରିଛନ୍ତି କୋହଲି। ଯାହା ତାଙ୍କ ସ୍ତରର ଖେଳାଳିଙ୍କ ପାଇଁ ଆଦୌ ଶୁଭସଙ୍କେତ ନୁହେଁ।

ମଙ୍ଗଳବାର ମ୍ୟାଚ୍‌ରେ ଘୋର ବିଫଳତା ସହ ୧୦୦ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମ୍ୟାଚ୍ ଖେଳି ଗୋଟିଏ ହେଲେ ବି ଶତକ ଅର୍ଜନ କରିନପାରିବାର ଆଲୋଡ଼ା କୀର୍ତ୍ତିମାନ କରିଛନ୍ତି ସେ। ପରିସଂଖ୍ୟାନ ଅନୁସାରେ କୋହଲି ୨୦୧୯ ମସିହା ପରଠାରୁ ୧୭ ଟେଷ୍ଟ୍, ୨୧ ଦିନିକିଆ, ୨୫ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଏବଂ ୩୭ ଆଇପିଏଲ୍ ମ୍ୟାଚ୍ ଖେଳି ଶତକଟିଏ ହାସଲ କରି ପାରି ନାହାନ୍ତି। କୋହଲି କିନ୍ତୁ ଏବେ ବି ଆଇପିଏଲ୍‌ର ସର୍ବାଧିକ ରନ୍ (୨୧୪ ମ୍ୟାଚ୍, ୬୪୦୨ ରନ୍) ସଂଗ୍ରହକାରୀ।
ଅନ୍ତର୍ଜାତୀୟ କ୍ରି‌କେଟ୍‌ରେ ସର୍ବାଧିକ ରନ୍ କରିବାରେ ସପ୍ତମ ସ୍ଥାନରେ ରହିଛନ୍ତି ସେ (୨୩.୬୫୦)। ଏସବୁ କୀର୍ତ୍ତିମାନ ସତ୍ତ୍ବେ ପାଖାପାଖି ତିନି ବର୍ଷ ହେବ ତାଙ୍କ ବ୍ୟାଟ୍ ଶାନ୍ତ ରହିବା ଭାରତୀୟ ଚୟନକର୍ତ୍ତାଙ୍କୁ ବି ଚିନ୍ତାରେ ପକାଇଛି। ଆଗକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଥିଲା ବେଳେ ଭାରତୀୟ ଦଳରେ ତାଙ୍କ ସ୍ଥାନ ଦୋହଲିବା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe