ରନ୍‌ ଓ ଶତକ ଛଡ଼ା ସଚିନ୍‌ଙ୍କ ୩ ବିରଳ କୀର୍ତ୍ତିମାନ

Advertisment
ବ୍ୟାଟିଂ ଏକାଗ୍ରତା ପାଇଁ ନେତୃତ୍ବ ଛାଡ଼ିଦେଇଥିଲେ ସଚିନ

News Track English

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟରେ ଯେତେବେଳେ କୀର୍ତ୍ତିମାନ ବିଷୟରେ ଚର୍ଚ୍ଚା କରାଯାଏ ସେଥିରୁ ସଚିନ ତେନ୍ଦୁଲକର ବାଦ୍‌ ପଡ଼ିନଥାନ୍ତି। ସର୍ବାଧିକ ରନ୍‌ଠୁ ଆରମ୍ଭ କରି ୧୦୦ ଶତକ ପର୍ଯ୍ୟନ୍ତ ସେ କ୍ରୀଡ଼ା ଦୁନିଆରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ତେଣୁ ଆନ୍ତର୍ଜାତିକ କ୍ରିକେଟ୍‌ର କୌଣସି ବ୍ୟାଟିଂ କୀର୍ତ୍ତିମାନ ତାଲିକାରୁ ତେନ୍ଦୁଲକରଙ୍କୁ ବାଦ୍‌ ଦିଆଯାଇପାରିବନି। ଯଦି ବି ସେ ତାଲିକାର ଶୀର୍ଷରେ ନଥାନ୍ତି, ତଥାପି ଶୀର୍ଷମାନଙ୍କ ମଧ୍ୟରେ ସେ ନିଶ୍ଚିତ ଭାବରେ ରହିଥିବେ। କିନ୍ତୁ ସଚିନ୍‌ କେବଳ ହଜାର ହଜାର ରନ୍‌ ସଂଗ୍ରହ କରିଛନ୍ତି କିମ୍ବା ଶହେ ଶତକ ମାରିଛନ୍ତି ତା' ନୁହେଁ, ତାଙ୍କ ଦୀର୍ଘ କ୍ରିକେଟ ଜୀବନ ମଧ୍ୟରେ ଏମିତି କିଛି କୀର୍ତ୍ତିମାନ ରହିଛି ଯାହା ବିଷୟରେ କ୍ବଚିତ୍‌ ଆଲୋଚନା ହୋଇଥାଏ। ଶୁକ୍ରବାର ସଚିନ୍‌ ୪୭ ବର୍ଷ ବୟସରେ ପଦାର୍ପଣ କରିଥିଲା ବେଳେ, ଏହି ମହାନ୍‌ କ୍ରିକେଟର୍‌ଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ସେମିତି କିଛି ବିରଳ କୀର୍ତ୍ତିମାନ ଉପରେ ନଜର ପକାଇବା।

(୧) ଏକମାତ୍ର କ୍ରିକେଟର୍‌ ଭାବେ ଦୁଇଥର ଶେଷ ଓଭରରେ ୬ କିମ୍ବା ତା’ଠୁ କମ୍‌ ରନ୍‌କୁ ରୋକିଥିଲେ
କ୍ରିକେଟ ପ୍ରଶଂସକମାନେ ସବୁବେଳେ ସଚିନଙ୍କ ବ୍ୟାଟିଂ ପ୍ରଦର୍ଶନକୁ ପ୍ରଶଂସା କରୁଥିଲେ ବି ତାଙ୍କର ବୋଲିଂ ପ୍ରଦର୍ଶନ ମଧ୍ୟ କିଛି କମ୍‌ ନଥିଲା। ୧୯୯୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ରେ ଶେଷ ଓଭରରେ ଜିତିବା ପାଇଁ ୬ ରନ୍‌ ଆବଶ୍ୟକ ହେଉଥିବା ବେଳେ ସଚିନ୍‌ ଏହାକୁ ରୋକିପାରିଥିଲେ। ସେହିପରି ସମାନ ସ୍ଥିତିରେ ୧୯୯୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଓଭରରେ ବ୍ରାଡ ହଜ୍‌ଙ୍କୁ ଆଉଟ କରି ପ୍ରତିପକ୍ଷଙ୍କୁ ଅଟକାଇବାରେ ସଫଳ ହୋଇଥିଲେ।

(୨) ୬ ଥର ଛକା ମାରି ଟେଷ୍ଟ ଶତକ ପୂରଣ
କ୍ରିକେଟର ଲମ୍ବା ଫର୍ମାଟ ମଧ୍ୟରେ ଯେକୌଣସି ବ୍ୟାଟ୍ସମ୍ୟାନଙ୍କ କ୍ଷେତ୍ରରେ ଏହା ଏକ ବିରଳ କୀର୍ତ୍ତିମାନ। ପ୍ରଥମ ଥର ପାଇଁ ୧୯୯୪ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଛକା ମାରି ସେ ଶତକ ପୂରଣ କରିଥିଲେ। ସେହିପରି ଶେଷ ଘଟଣା ୨୦୧୧ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ୍‌ ଏଭଳି କାରନାମା କରିଦେଖାଇଥିଲେ।

(୩) ସର୍ବାଧିକ ଥର ‘ନର୍ଭସ ନାଇଣ୍ଟିଜ୍‌’ର ଶିକାର
‘ନର୍ଭସ ନାଇଣ୍ଟିଜ୍‌’ ସହିତ ସଚିନ୍‌ଙ୍କ ବହୁ ଘନିଷ୍ଠ ସମ୍ପର୍କ ହୋଇଯାଇଛି। ତାଙ୍କ ଜୀବନୀ ମଧ୍ୟରେ ଦିନିକିଆରେ ୧୭ଥର ଓ ଟେଷ୍ଟରେ ୧୦ ଥର ୯୦ ରନ୍‌ ଅତିକ୍ରମ କରିବା ପରେ ଓ ଶତକ ଛୁଇଁବା ପୂର୍ବରୁ ଆଉଟ୍‌ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe