ଏସୀୟ କୁସ୍ତିରେ ଦାହିୟାଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ

Advertisment
ଏସୀୟ କୁସ୍ତିରେ ଦାହିୟାଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ

ଉଲାନବତର (ମଙ୍ଗୋଲିଆ): ଭାରତୀୟ କୁସ୍ତି ଯୋଦ୍ଧା ରବି ଦାହିୟା ଏସୀୟ କୁସ୍ତି ପ୍ରତିଯୋଗିତାରେ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଗତ ୨୦୨୦ ସଂସ୍କରଣରେ ଦିଲ୍ଲୀ ଏବଂ ଗତବର୍ଷ ଅଲ୍‌ମାଟିରେ ସ୍ବର୍ଣ୍ଣ ଜିତିଥିବା ଦାହିୟା ଚଳିତ ବର୍ଷ ଏଠାରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ଦୋହରାଇଥିଲେ। ପୁରୁଷ ଫ୍ରିଷ୍ଟାଇଲ୍‌ ୫୭ କେଜି ବର୍ଗ ସେମିଫାଇନାଲ୍‌ରେ ମଙ୍ଗୋଲିଆର ଜାନାବାଜାର ଜାନ୍‌ଦାନବୁଦ୍‌ଙ୍କୁ ୧୨-୫ରେ ପରାସ୍ତ କରିଥିବା ଦାହିୟା ଶନିବାର ଫାଇନାଲ୍‌ରେ କାଜାକସ୍ତାନର ରକ୍ଷତ କାଲ୍‌ଝାନ୍‌ଙ୍କୁ ଟେକ୍ନିକାଲ ସୁପରିଅରିଟିରେ ପରାସ୍ତ କରି ଏସୀୟ ପ୍ରତିଯୋଗିତାରେ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଟୋକିଓ ଅଲିମ୍ପିକ୍‌ ରୌପ୍ୟ ବିଜେତା ଦାହିୟାଙ୍କର ଏହା ଥିଲା ଚଳିତ ଋତୁରେ ଦ୍ବିତୀୟ ଫାଇନାଲ୍‌। ଏହା ପୂର୍ବରୁ ଫେବ୍ରୁଆରିରେ ଡାନ୍‌ କୋଲୋଭ୍‌ଠାରେ ସେ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe