ଆଇସିୟୁରେ ବାସ୍କେଟବଲ୍ କିଂବଦନ୍ତି ଅରୂପାନନ୍ଦ

ଆଇସିୟୁରେ ବାସ୍କେଟବଲ୍ କିଂବଦନ୍ତି ଅରୂପାନନ୍ଦ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ାର କିଂବଦନ୍ତି ବାସ୍କେଟ୍‌ବଲ୍ ବ୍ୟକ୍ତିତ୍ବ ଅରୂପାନନ୍ଦ ରାଉତରାୟ ଏବେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି। ତାଙ୍କ ଅବସ୍ଥା ଗମ୍ଭୀର ଓ ସ୍ଥିର ଥିବା କୁହାଯାଉଛି। ପ୍ରାୟ ୫ ଦିନ ତଳେ ପାହାଳ ପାଖ ଜୟପୁର ଗାଁରେ ନିଜ ଘରେ ପଡି ଯାଇଥିଲେ ଅରୂପାନନ୍ଦ। ତୁରନ୍ତ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେବେଠାରୁ ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି। ପ୍ରଥମ ଓଡ଼ିଆ ଭାବରେ ସେ ଭାରତୀୟ ସିନିୟର ବାସ୍କେଟବଲ୍‌ ଦଳରୁ ଖେଳିବାର ଗୌରବ ହାସଲ କରିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତୀୟ ଦଳର ପ୍ରଶିକ୍ଷକ ଏବଂ ଚୟନକର୍ତ୍ତା ବି ରହିଥିଲେ। ଘରୋଇ ଜାତୀୟ ପ୍ରତିଯୋଗିତା ଗୁଡ଼ିକରେ ଅରୂପାନନ୍ଦ ସର୍ଭିସେସ୍‍ ସାଙ୍ଗକୁ ଓଡ଼ିଶା ପକ୍ଷରୁ ମଧ୍ୟ ଖେଳୁଥିଲେ। ଓଡ଼ିଶାର ବାସ୍କେଟବଲ ପ୍ରସାର ଦିଗରେ ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଜୁ ପଟ୍ଟନାୟକ ଲାଇଫ୍‍ ଟାଇମ୍‍ କ୍ରୀଡ଼ା ପୁରସ୍କାର ଅରୂପାନନ୍ଦ ହାସଲ କରିସାରିଛନ୍ତି ପ୍ରାୟ ଦୁଇ ଦଶନ୍ଧି ତଳୁ। ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖ ଦିନ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ବାର୍ଷିକ ଉତ୍ସବରେ ଲାଇଫ୍‍ ଲାଇମ୍‍ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲେ। ତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ଲାଗି ଓଡ଼ିଶା ସରକାରଙ୍କ ପାଖରୁ ପରିବାର ଲୋକ ସହାୟତା ଲୋଡ଼ିଛନ୍ତି। ବିଶେଷ କରି ଚିକିତ୍ସା ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ କିପରି ଉନ୍ନତ ସେବା ମିଳିବ ସେ ଦିଗରେ ସହାୟତା କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe