ଜାତୀୟ ଉଷୁରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ୪ ପଦକ

Advertisment
ଜାତୀୟ ଉଷୁରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ୪ ପଦକ

ଭୁବନେଶ୍ବର: ମୋହାଲିର ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟରେ ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨୯ତମ ଜାତୀୟ ବରିଷ୍ଠ ଉଷୁ ପ୍ରତିଯୋଗିତାରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହିତ ମୋଟ ୪ ପଦକ ମିଳିଛି। ସ୍ବର୍ଣ୍ଣ ବ୍ୟତୀତ ଅନ୍ୟ ୩ କାଂସ୍ୟ ପଦକ ରହିଛି। ପୁରୁଷ ପା‌ରମ୍ପରିକ ବେୟାରହ୍ୟାଣ୍ଡ୍‌ ବର୍ଗରେ ଦିବ୍ୟ ମୋହନ ପ୍ରଧାନ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ପୁରୁଷ ଯୁଗଳ ୱିପନ୍‌ରେ ଶିବଦତ୍ତ ଶୁଭମୟ କାଂସ୍ୟ ପଦକ ଜିତିଛନ୍ତି।

ମହିଳା ଏକକ ୱିପନ୍‌ରେ ପଲ୍ଲବୀ ସାମଲ ଏବଂ ମହିଳା ବ୍ରଡ୍‌ ସୋର୍ଡରେ ତମନ୍ନା ମିଶ୍ର କାଂସ୍ୟ ପଦକ ହାସଲ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର ୨୧ ଜଣିଆ (୧୯ ଖେଳାଳି ଓ ୨ ଅଧିକାରୀ) ଦଳ ପ୍ରତିନିଧିତ୍ବ କରିଥିଲା। ଆନ୍ତର୍ଜାତିକ ବିଚାରକ ପ୍ରଦ୍ୟୁମ୍ନ ବେହେରା ପ୍ରତିଯୋଗିତାରେ ମୁଖ୍ୟ ବିଚାରକ ଦାୟିତ୍ବ ନିର୍ବାହ କରିଥିଲେ। ପଙ୍କଜ ମହନ୍ତ ଓ ଅନୁରାଧା ଦୋରା ଦଳର ପ୍ରଶିକ୍ଷକ ରହିଥିଲେ। ଓଡ଼ିଶା ଉଷୁ ସଂଘର ସଭାପତି ଇଂ ଏସ୍ଏସ୍‌ ହରିଚନ୍ଦନ ଏବଂ ଓଡ଼ିଶା କିକ୍‌ ବକ୍ସିଂ ସଂଘର ସାଧାରଣ ସଂପାଦକ ବିଭୂତି ଭୂଷଣ ବେହେରା ଦଳର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe