ୟୋ-ୟୋ ପରୀକ୍ଷାରେ ପାଣ୍ଡ୍ୟା ପାସ୍‌, ସ’ ‌ଫେଲ୍‌: ମୁମ୍ବାଇ ଇଣ୍ଡିଆନ୍ସ ଜୈବ ବଳୟରେ ଯୋଗଦେଲେ ରୋହିତ, ବୁମ୍‌ରା ଓ ଈଶାନ

ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗଦେଲେ ପନ୍ତ ଓ ପଟେଲ

ୟୋ-ୟୋ ପରୀକ୍ଷାରେ ପାଣ୍ଡ୍ୟା ପାସ୍‌, ସ’ ‌ଫେଲ୍‌: ମୁମ୍ବାଇ ଇଣ୍ଡିଆନ୍ସ ଜୈବ ବଳୟରେ ଯୋଗଦେଲେ ରୋହିତ, ବୁମ୍‌ରା ଓ ଈଶାନ

News NCR

ବେଙ୍ଗାଲୁରୁ: ଆଇପିଏଲ୍‌ ପୂର୍ବରୁ ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସି ଖବର ଆସିଥିଲା ବେଳେ ବ୍ୟାଟର୍‌ ପୃଥ୍ବୀ ସ’ଙ୍କ ପାଇଁ ନିରାଶା ଖବର ରହିଛି। ଆହତ ଯୋଗୁଁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ‌ଏକାଡେମିରେ ପୁନର୍ବାସ ଯୋଜନାରେ ଥିବା ହାର୍ଦିକ ‌ବୋଲିଂ କରିବା ସହ ୟୋ-ୟୋ ପରୀକ୍ଷାରେ ପାସ୍‌ ହୋଇଛନ୍ତି। ଆହତ ସମସ୍ୟାରୁ ସୁସ୍ଥ ହେବା ପରେ ସେ ଗୁଜରାଟ ଟାଇଟାନ୍ସର ନେତୃତ୍ବ ନେବାକୁ ପୂରା ପ୍ରସ୍ତୁତ ହୋଇଯାଇଛନ୍ତି। ହାର୍ଦିକ ୟୋ-ୟୋ ‌ପରୀକ୍ଷା ବେଳେ ୧୩୭ କି‌ମି ବେଗରେ ବୋଲିଂ କରିଥିଲେ ଏବଂ ୧୭ରୁ ଊର୍ଦ୍ଧ୍ବ ସ୍କୋର୍‌ ପାଇ ପାସ୍‌ କରିଥିଲେ। ‌ତେବେ ୧୯ ବର୍ଷରୁ କମ୍‌ ବିଶ୍ବବିଜେତା ଅଧିନାୟକ ସ’ କିନ୍ତୁ ୟୋ-ୟୋ ଫିଟ୍‌ନେସ୍‌ ପରୀକ୍ଷାରେ ଫେଲ୍‌ ହୋଇଥିଲେ। ପାସ୍‌ ମାନଦଣ୍ଡ ୧୬.୫ ସ୍କୋର୍‌ ଥିଲା ବେଳେ ମୁମ୍ବାଇ ଓପନର୍‌ ୧୫ ତଳେ ରହିଥିଲେ। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଥିବା ସ’ ଆଗାମୀ ଆଇପିଏଲ୍‌ ଆରମ୍ଭରୁ କିଛି ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେବାର ସମ୍ଭାବନା ରହିଛି।

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ଶେଷ ହେବା ପରେ ଆଇପିଏଲ୍ ପ୍ରାକ୍ ପ୍ରସ୍ତୁତି ଲାଗି ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବଂ ୱିକେଟ୍ ରକ୍ଷକ ଈଶାନ କିଶନ ନଭିମୁମ୍ବାଇସ୍ଥିତ ରିଲାଏନ୍ସ ଜିଓ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସର ଜୈବ ବଳୟରେ ଯୋଗ ଦେଇଛନ୍ତି। ଜାତୀୟ କ୍ରିକେଟ୍ ଏକାଡେମିରେ ନିଜ ଫିଟନେସ୍‌ର ପ୍ରମାଣ ଦେବା ପରେ ଈଶାନ ପୃଥକ ଭାବେ ବେଙ୍ଗାଲୁରୁରୁ ସିଧାସଳଖ ମୁମ୍ବାଇ ପହଞ୍ଚିଥିଲେ। ସେପଟେ ରୋହିତ ପତ୍ନୀ ରିତିକା ସଜଦେ ଏବଂ ଝିଅ ସମାଇରା ସହ ଦଳୀୟ ହୋଟେଲ୍‌ରେ ଚେକ୍ ଇନ୍ କରିଥିଲେ। ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍-୧୫ର ଋତୁ ପୂର୍ବ ପ୍ରଶିକ୍ଷଣ ଶିବର ଲାଗି ଏଠାରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିମାନେ ୧୨ ଦିନ ରହିବେ।

ମୁମ୍ବାଇ: ଶ୍ରୀଲଙ୍କା ଶୃଙ୍ଖଳା ଶେଷ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ଏବଂ ଅଲରାଉଣ୍ଡର ଅକ୍ଷର ପଟେଲ ନିଜ ଦଳର ଜୈବ ବଳୟରେ ପ୍ରବେଶ କରିଛନ୍ତି। ଏମାନଙ୍କ ସହ କେଏସ୍ ଭରତ, ପୃଥ୍ବୀ ସ’ ଶାର୍ଦୁଳ ଠାକୁର ଏବଂ କୁଲଦୀପ ଯାଦବ ମଧ୍ୟ ଦଳୀୟ ହୋଟେଲରେ ଯୋଗଦେଇଛନ୍ତି। ପୃଥ୍ବୀ ସ’, ଅଲରାଉଣ୍ଡର ଶାର୍ଦୁଳ ଠାକୁର ଏବଂ ବାମହାତୀ ସ୍ପିନର କୁଲଦୀପ ଯାଦବ ବାହାରୁ ଆସିଥିବାରୁ ତିନି ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ। ପନ୍ତ, ପଟେଲ ଓ ଭରତ କିନ୍ତୁ ଭାରତୀୟ ଦଳର ଜୈବ ବଳୟରୁ ସିଧାସଳଖ ଦିଲ୍ଲୀ କ୍ୟାପିଟାଲ୍ସ ଜୈବ ବଳୟରେ ପ୍ରବେଶ କରିବେ। ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ମ୍ୟାଚ୍‌ରେ ମାର୍ଚ୍ଚ ୨୭ ତାରିଖ ଦିନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe