ଦକ୍ଷିଣ ଆଫ୍ରିକା ଯାଇପାରେ ‘୨୦୧୯ ଆଇପିଏଲ୍‌’

Advertisment
ଆଇପିଏଲ୍‌ ପରିଚାଳନା ପରିଷଦର ନିଷ୍ପତ୍ତି : ଖେଳାଳି ରଖିବା ଶେଷ ତାରିଖ ଜାନୁଆରି ୨୧

ମୁମ୍ବାଇ,: ସାଧାରଣ ନିର୍ବାଚନ ପାଇଁ ଆଇପିଏଲ-୨୦୧୯ ଦକ୍ଷିଣ ଆଫ୍ରିକାକୁ ଚାଲି ଯାଇପାରେ। ରବିବାର ଏଭଳି ଏକ ଆଶା ଏବଂ ଆଶଙ୍କା ସୃଷ୍ଟି ହୋଇଛି। ୨୦୧୯ ସାଧାରଣ ନିର୍ବାଚନ ଏପ୍ରିଲ ଏବଂ ମେ ମାସରେ ସାରା ଦେଶରେ ହେବାକୁ ଥିବାରୁ ଏହି ସମୟରେ ଆଇପିଏଲ୍‌ ଆୟୋଜନ ଆଦୌ ସମ୍ଭବ ହେବନି। ସେଥିପାଇଁ ୨୦୦୯ ମସିହା ଭଳି ୨୦୧୯ରେ ମଧ୍ୟ ବିସିସିଆଇ ଆଇପିଏଲକୁ ଭାରତରୁ ଦକ୍ଷିଣ ଆଫ୍ରିକା ନେଇ ଯିବାକୁ ଚିନ୍ତା କରୁଛି। ସେଥିଲାଗି ବିସିସିଆଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ସାଧାରଣ ନିର୍ବାଚନ ଆଗୁଆ ହେଲେ କିନ୍ତୁ ଏଭଳି ସ୍ଥିତି ଉତ୍ପର୍ଣ୍ଣ ହେବ ନାହିଁ। ଏଭଳି ସ୍ଥିତିରେ କିଛି ମ୍ୟାଚ୍‌ ଭାରତରେ ଏବଂ ଆଉ କିଛି ୟୁଏଇରେ ଖେଳା ଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe