ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ଓ୍ଵାଙ୍ଖଡେ ଷ୍ଟାଡିିୟମରେ ରବିବାର ଆରମ୍ଭ ହୋଇଥିବା ପ୍ରଥମ ଦିନିକିଆରେ ଭାରତ ଦ୍ୱିତୀୟ ଓ୍ଵିକେଟ ହରାଇଛି। ଟିମ୍ ଇଣ୍ଡିଆର ଓପନର ଶିଖର ଧାଓ୍ଵନ(୯) ପରେ ରୋହିତ ଶର୍ମା(୨୦) ପାଭଲିୟନ ଫେରିଛନ୍ତି। ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ୧୬ରନ୍ରେ (୩.୨ ଓଭର) ପ୍ରଥମ ଓ୍ଵିକେଟ ହରାଇଥିବା ବେଳେ ୨୯ରନ୍ରେ ୨ୟ ଓ୍ଵିକେଟ(୫.୪ଓଭର) ହରାଇଛି। ଟସ୍ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ରିପେର୍ଟ ଲେଖାଯିବା ବେଳକୁ ଭାରତ ୭ ଓଭର ପରିସମାପ୍ତି ପରେ ୩୪ ରନ୍ ସଂଗ୍ରହ କରିଛି। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ କେଦାର ଯାଧବ କ୍ରିଜରେ ଅଛନ୍ତି।
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଧାଓ୍ଵନଙ୍କ ପରେ ରୋହିତ ଫେରିଲେ ପାଭଲିୟନ
Advertisment
Follow Us