ନୂଆଦିଲ୍ଲୀ: ଭାରତ ଓ ଆଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ସିଡନିରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଟିମକୁ ୬ଟି ଉଇକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ପରାଜୟ ହେତୁ ଭାରତୀୟ ଟିମ ୧୦ବର୍ଷ ପରେ ବର୍ଡର ଗାଭାସ୍କର ଟ୍ରଫି ହାତ ଛଡ଼ା କରି ଦେଇଛି।
ସିଡନି ଟେଷ୍ଟ ଶେଷ ହେବାପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ସାମ୍ବାଦିକ ସମ୍ମିଳନୀରେ ଭାଗ ନେଇଥିଲେ। ଏହି ଅବସରରେ ଗୌତମ ଗମ୍ଭୀର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବିଷୟରେ ଆଲୋଚନା କରିଥିଲେ।
ଅଧିକପଢ଼ନ୍ତୁ:୪୫୦ ଦିନ ଧରି ହମାସ୍ କବ୍ଜାରେ ଥିବା ଯୁବତୀଙ୍କ ଦୟନୀୟ ଭିଡିଓ ଭାଇରାଲ
ଗମ୍ଭୀରଙ୍କୁ ଯେତେବେଳେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ନେବା ବିଷୟରେ ପଚରା ଯାଇଥିଲା ସେ କହିଥିଲେ, ‘ମୁଁ କୌଣସି ଖେଳାଳିଙ୍କ ଭବିଷ୍ୟତ ତିଆରି କରିନାହିଁ କି କରି ପାରିବି ନାହିଁ। ଏହା ସେମାନଙ୍କ ଉପରେ ନିର୍ଭର କରିଥାଏ।
ଖେଳାଳିଙ୍କ ମଧ୍ୟରେ ବିଜୟର ଭୋକ ଏବଂ ପ୍ରତିବଦ୍ଧତା ଅଛି। ମୁଁ ସର୍ବଦା ଚାହିଁବି ସମସ୍ତେ ଘରୋଇ କ୍ରିକେଟ୍ ଖେଳନ୍ତୁ । ଆଶା କରୁଛି କି ଭାରତୀୟ କ୍ରିକେଟକୁ ଆଗକୁ ନେବା ପାଇଁ ଖେଳାଳିମାନେ ଯଥାସମ୍ଭବ ଉଦ୍ୟମ କରିନ୍ତୁ। ମୁଁ ଚାହିଁବି ପ୍ରତ୍ୟେକ ବ୍ୟକ୍ତି ଘରୋଇ କ୍ରିକେଟ ଖେଳନ୍ତୁ। ’
ସିଡନି ଟେଷ୍ଟ ସମୟରେ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରି କହିଥିଲେ, ‘ମୁଁ ଏତେ ଶୀଘ୍ର ଅବସର ନେଉ ନାହିଁ। ମୁଁ କେବଳ ମ୍ୟାଚରୁ ଏଥିପାଇଁ ଓହରିବାକୁ ନିଷ୍ପତ୍ତି ନେଇଥିଲି କାରଣ ରନ ବନୁ ନଥିଲା। ମୁଁ ଖୁବ ପରିଶ୍ରମ କରି ଫେରିବି। ଏବେ ରନ ବନୁ ନାହିଁ। ପରିବର୍ତ୍ତନ ବିଷୟରେ ଆଗୁଆ କହିବା ଠିକ୍ ନୁହେଁ। ଆମେ ଜାଣିନାହୁଁ ୫ ମାସ ପରେ ଆମେ କେଉଁଠାରେ ଥିବୁ।’
ଅଧିକପଢ଼ନ୍ତୁ:ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ଅପହୃତ ବ୍ୟବସାୟୀ ଉଦ୍ଧାର
ତେଣୁ ମାଇକ, ପେନ, ଲାପଟପ, କମ୍ପ୍ୟୁଟର ସାମ୍ନାରେ ଯେଉଁମାନେ ବସୁଛନ୍ତି ସେମାନେ କ’ଣ ଲେଖୁଛନ୍ତି କ’ଣ କହୁଛନ୍ତି ସେନେଇ ମୋର କିଛି କହିବାର ନାହିଁ।