ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଟେଷ୍ଟ ପାଇଁ ହନୁମା ବିହାରୀଙ୍କୁ ସୁଯୋଗ

Advertisment
ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଟେଷ୍ଟ ପାଇଁ ହନୁମା ବିହାରୀଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଡିସେମ୍ବର ମାସ ୬ ତାରିଖ ଦିନ ଭାରତ ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏଥିପାଇଁ ଆଜି ୧୨ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ୧୨ ଜଣିଆ ସ୍କ୍ଵାଡ୍‌ରେ ଅଲରାଉଣ୍ଡର ହନୁମା ବିହାରୀ ସ୍ଥାନ ପାଇଛନ୍ତି।

publive-image
ସୂଚନାଯୋଗ୍ୟ ଯେ ଏହି ୨୫ ବର୍ଷୀୟ ଉଦୀୟମାନ ଖେଳାଳି ହନୁମା ବିହାରୀ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଇଂଲଣ୍ଡ ବିିରୋଧରେ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ପଦାର୍ପର୍ଣ ଟେଷ୍ଟରେ ବ୍ୟାଟିଂରେ ଅର୍ଦ୍ଧଶକ ସହିତ ବୋଲିଂରେ ୩.୬୨ ରନ୍‌ ରେଟରେ ୩ଟି ଓ୍ଵିକେଟ ହାସଲ କରି ନିଜ ଛାପ ଛାଡ଼ିଥିଲେ। ତେବେ ପ୍ଳେଇଂ ଇଲେଭେନ୍‌ରେ ସ୍ଥାନ ପାଇବାକୁ ହେଲେ ହନୁମା ବିହାରୀଙ୍କୁ ରୋହିତ ଶର୍ମାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ପଡ଼ିବ। ରୋହିତ ଶର୍ମା ୨୦୧୮ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ୧୦ ଓ ୪୭ ରନ୍‌ ସଂଗ୍ରହ କରିଥିଲେ। ଭାରତୀୟ ବ୍ୟାଟିଂ ଲାଇନ୍‌ ମୁଖ୍ୟତଃ ଅଧିନାୟକ ବିରାଟ କୋହଲି, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ମୂରଲୀ ବିଜୟଙ୍କ ଉପରେ ନିର୍ଭରଶୀଳ ଥିବା ବେଳେ ବୋଲିଂର ମଙ୍ଗ ସମ୍ଭାଳିବେ ମହମ୍ମଦ ସାମୀ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା ଓ ରବିଚନ୍ଦ୍ରନ ଅଶ୍ୱିନ।
ବିସିସିଆଇ ପକ୍ଷରୁ ପ୍ରଥମ ଟେଷ୍ଟ ପାଇଁ ଘୋଷିତ ଦଳ-ବିରାଟ କୋହଲି(ଅଧିନାୟକ) କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ(ଉପଅଧିନାୟକ) , ମୂରଲୀ ବିଜୟ, ରୋହିତ ଶର୍ମା, ହନୁମା ବିହାରୀ, ଋଷଭ ପନ୍ଥ, ମହମ୍ମଦ ସାମୀ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା ଓ ରବିଚନ୍ଦ୍ରନ ଅଶ୍ୱିନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe