ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ବ୍ୟାଟର ପୂଜା କରିଥିଲେ ଋଷଭ

Advertisment

ସେପ୍ଟେମ୍ବର ୨୧ରେ ଭାରତୀୟ ଟିମର ଷ୍ଟାର କ୍ରିକେଟର ଋଷଭ ପନ୍ତ ବାଂଲାଦେଶ ବିପକ୍ଷରେ ଖେଳ ଖେଳିବା ପୂର୍ବରୁ ସ୍ବତନ୍ତ୍ର ଶୈଳୀରେ ନିଜର ବ୍ୟାଟକୁ ପୂଜା କରି ପଡ଼ିଆକୁ ଓହ୍ଲାଇଥିଲେ।

ସେପ୍ଟେମ୍ବର ୨୧ରେ ଭାରତୀୟ ଟିମର ଷ୍ଟାର କ୍ରିକେଟର ଋଷଭ ପନ୍ତ ବାଂଲାଦେଶ ବିପକ୍ଷରେ ଖେଳ ଖେଳିବା ପୂର୍ବରୁ ସ୍ବତନ୍ତ୍ର ଶୈଳୀରେ ନିଜର ବ୍ୟାଟକୁ ପୂଜା କରି ପଡ଼ିଆକୁ ଓହ୍ଲାଇଥିଲେ।

hjjkhj

ଚେନ୍ନାଇ: ଭାରତ ଓ ବାଂଲାଦେଶ ମଧ୍ୟରେ ସେପ୍ଟେମ୍ବର ୧୯ରୁ ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଜ ଖେଳାଯାଉଛି। ଏହି ମ୍ୟାଚର  ଆରମ୍ଭର ତୃତୀୟ ଦିନ ଅର୍ଥାତ ସେପ୍ଟେମ୍ବର ୨୧ରେ ଭାରତୀୟ ଟିମର ଷ୍ଟାର କ୍ରିକେଟର ଋଷଭ ପନ୍ତ ବାଂଲାଦେଶ ବିପକ୍ଷରେ ଖେଳ ଖେଳିବା ପୂର୍ବରୁ ସ୍ବତନ୍ତ୍ର ଶୈଳୀରେ ନିଜର ବ୍ୟାଟକୁ ପୂଜା କରି ପଡ଼ିଆକୁ ଓହ୍ଲାଇଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଖେଳପ୍ରେମୀ ତଥା  ଋଷଭଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ ବି କରିଛନ୍ତି।

ପାଖାପାଖି ୬୩୪ ଦିନ ପରେ ଟେଷ୍ଟ୍ କ୍ରିକେଟ୍‌କୁ ଫେରି ଆବେଗ ଓ ଆତ୍ମବିଶ୍ବାସଭରା ଷଷ୍ଠ ଶତକରେ ଋଷଭ ପନ୍ତ (୧୦୯) ସମସ୍ତଙ୍କ ହୃଦୟ ଜିତିବାର ମାତ୍ର କିଛି ମିନିଟ୍ ପରେ କଳାତ୍ମକ ବ୍ୟାଟିଂ ପାଇଁ ପରିଚିତ ଶୁବମନ୍ ଗିଲ୍‌ (୧୧୯*) ପଞ୍ଚମ ଓ ପରାକ୍ରମୀ ଶତକ ହାସଲ କରି ଚେନ୍ନାଇ ଟେଷ୍ଟ୍‌ରେ ନିଜ ଅଭୁଲା ଚମକ ଛାଡ଼ିଛନ୍ତି। ଏହି ଦୁଇଜଣଙ୍କ ଅପରାଜିତ ଶତକ ପାଇଁ ଭାରତ ମଧ୍ୟ ପୂରା ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। 


ଏଭଳି ସୁନ୍ଦର ପ୍ରଦର୍ଶନ ଦେଇଥିବା ଋଷଭ ପନ୍ତ  ୨୦୨୨ ଡିସେମ୍ବର ପରେ ନିଜର ପ୍ରଥମ ଟେଷ୍ଟ ଖେଳିଥିଲେ। ଏହି ମ୍ୟାଚରେ ଋଷଭ ପନ୍ତଙ୍କ ଅପରାଜିତ ଶତକ ପରେ ସେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଟେଷ୍ଟ ଶତକ ପାଖାପାଖି ଆସିଯାଇଛନ୍ତି। ଧୋନି ତାଙ୍କ ଟେଷ୍ଟ କ୍ୟାରିୟର ୧୪୪ଇନିଂସରେ ୬ଟି ଶତକ ହାସଲ କରିଥିବା ବେଳେ ପନ୍ତ ମାତ୍ର ୫୮ଟି ଇନିଂସରେ ଏହି ଉପଲବ୍ଧ ହାସଲ କରିଛନ୍ତି।

ଅଧିକପଢ଼ନ୍ତୁ: ୨୮୦ ରନ୍‌ରେ ଜିତିଲା ଭାରତ: ବିଜୟ ପରେ ଭାବପ୍ରବଣ ହେଲେ ରୋହିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe