IND vs SA, Barabati Stadium: ଷ୍ଟାଡିୟମରେ ପହଞ୍ଚିଲେ ୨ ଦଳର ଖେଳାଳି: ଶୃଙ୍ଖଳାର ପ୍ରଥମ ମ୍ୟାଚ୍, ବାରବାଟୀ ସାଜିପାରେ ବ୍ଲୁ ବାହିନୀ ପାଇଁ ଶୁଭ…

Advertisment

ବାରବାଟୀରେ ପହଞ୍ଚିଲେ ଖେଳାଳି । ଷ୍ଟାଡିୟମରେ ଦୁଇ ଦଳର ଖେଳାଳି ପହଞ୍ଚିଛନ୍ତି । ଭୁବନେଶ୍ବରରୁ ଯାଇ କଟକ ଷ୍ଟାଡିୟମରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ-ଆଫ୍ରିକାର ଖେଳାଳି ।

ବାରବାଟୀରେ ପହଞ୍ଚିଲେ ଖେଳାଳି । ଷ୍ଟାଡିୟମରେ ଦୁଇ ଦଳର ଖେଳାଳି ପହଞ୍ଚିଛନ୍ତି । ଭୁବନେଶ୍ବରରୁ ଯାଇ କଟକ ଷ୍ଟାଡିୟମରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ-ଆଫ୍ରିକାର ଖେଳାଳି ।

IND vs SA

IND vs SA Photograph: (sambad.in)

କଟକ: ବାରବାଟୀରେ ପହଞ୍ଚିଲେ ଖେଳାଳି । ଷ୍ଟାଡିୟମରେ ଦୁଇ ଦଳର ଖେଳାଳି ପହଞ୍ଚିଛନ୍ତି । ଭୁବନେଶ୍ବରରୁ ଯାଇ କଟକ ଷ୍ଟାଡିୟମରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ-ଆଫ୍ରିକାର ଖେଳାଳି । ସାଢେ ୬ଟାରେ ପଡିବ ଟସ୍ ଏବଂ ଠିକ୍ ୭ଟାରେ ଆରମ୍ଭ ହେବ ହାଇଭୋଲଟେଜ୍ ମ୍ୟାଚ୍ । 

ସେପଟେ ମ୍ୟାଚକୁ ନେଇ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି । ଗେଟ୍ ଖୋଲିବା ପରେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ଭିତରକୁ ଏଣ୍ଟ୍ରି କରୁଛନ୍ତି ଦର୍ଶକ । ନିଜ ନିଜ ପସନ୍ଦର କ୍ରିକେଟରଙ୍କୁ ଦେଖି ସେମାନଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା ରଖିଛନ୍ତି ଦର୍ଶକ । ଜର୍ସି ପିନ୍ଧି, ମୁହଁରେ ତ୍ରିରଙ୍ଗା ରଙ୍ଗ ମାରି ପଡିଆକୁ ପ୍ରବେଶ କରିଛନ୍ତି ଦର୍ଶକ । 

ଆହୁରି ପଢନ୍ତୁ- IND vs SA, Red-Soil Pitch: ‘ସୂର୍ଯ୍ୟ’ ସେନାଙ୍କୁ ଲାଭ ଦେବ କି ଲାଲ୍ ମାଟି ? ବାରବାଟୀ ଇତିହାସରେ ପ୍ରଥମ ଥର ରେଡ୍ ସଏଲ ପିଚ୍...

ଛୋଟ ଫର୍ମାଟରୁ ବଡ଼ ଆଶା

ତେବେ ଆଉ କିଛି ସମୟ ପରେ ପଡ଼ିଆରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଛକା ଓ ଚୌକା ବର୍ଷାରେ କମ୍ପି ଉଠିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ । ବାସ ଆଉ ମିନିଟର ଅପେକ୍ଷା । ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ ।

ଆହୁରି ପଢନ୍ତୁ- IndiGo Crisis: ଧିରେଧିରେ ସୁଧୁରୁଛି ଇଣ୍ଡିଗୋ ସଙ୍କଟ: ବିମାନ ସେବା ସ୍ବାଭାବିକ ନେଇ ଭିଡ଼ିଓ ଜାରି କଲେ ସିଇଓ

୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବାରବାଟୀରୁ ଆରମ୍ଭ ହେଉଛି । ଛୋଟ ଫର୍ମାଟ୍‌ ଟିମ୍ ଇଣ୍ଡିଆକୁ ବଡ଼ ସଫଳତା ଦେବ ବୋଲି ଦର୍ଶକ ଆଶା ରଖିଛନ୍ତି । ବାରବାଟୀରୁ ଟିମ୍ ଇଣ୍ଡିଆ ବିଜୟ ଅଭିଯାନ ଆରମ୍ଭ କରିବୋଲି ପ୍ରଶଂସକ ଆଶାବାଦୀ ଥିବା ବେଳେ ମଙ୍ଗଳବାର ମହାଲଢେଇ ଭାରତ ସମକ୍ଷରେ ଯିବ ବୋଲି ଦର୍ଶକ ପଡିଆକୁ ପଶୁ ପଶୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe