ସୁରକ୍ଷିତ କ୍ରୀଡ଼ା ନୀତି ଲାଗୁ କରିବ ଆଇଓଏ

Advertisment
ସୁରକ୍ଷିତ କ୍ରୀଡ଼ା ନୀତି ଲାଗୁ କରିବ ଆଇଓଏ

Hindustan Times

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସୁରକ୍ଷିତ କ୍ରୀଡ଼ା ନୀତି ଲାଗୁ କରିବ। ଏନେଇ ନିକଟରେ ଆଇଓଏର ସାଧାରଣ ପରିଷଦ ବୈଠକରେ ସୁରକ୍ଷିତ କ୍ରୀଡ଼ା ନୀତିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସୁରକ୍ଷିତ କ୍ରୀଡ଼ା ନୀତି ଅନ୍ତର୍ଗତ କ୍ରୀଡ଼ାରେ ଗାଳିଗୁଲଜ, ଝଗଡ଼ା, ଶାରୀରିକ ଯୌନ ଉତ୍ପୀଡ଼ନ, ମାନସିକ ଉତ୍ପୀଡ଼ନ ତଥା ପ୍ରଶିକ୍ଷକମାନେ ଖେଳାଳିମାନଙ୍କୁ ଜାଣିଶୁଣି ଅଣଦେଖା କରିବା ମହଙ୍ଗା ପଡ଼ିବ। ଏଭଳି ଅଭିଯୋଗ ଆସିଲେ ଦୋଷୀଙ୍କ ବିରୋଧରେ ଚେତାବନୀ ଜାରି କରାଯିବା ସହ ସେମାନଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଯିବାର ବ୍ୟବସ୍ଥା ରହିଛି। ଉତ୍ପୀଡ଼ନ ପରିସରରେ ମହିଳା ଖେଳାଳିଙ୍କ ସହିତ ପୁରୁଷଙ୍କୁ ମଧ୍ୟ ଅଣାଯିବ। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କ୍ରୀଡ଼ାରେ ଉତ୍ପୀଡ଼ନ ମାମଲାରେ କୌଣସି ପ୍ରକାର ପ୍ରତିବନ୍ଧକର ବ୍ୟବସ୍ଥା ନଥିଲା। ଖେଳାଳିଙ୍କ ବ୍ୟତୀତ ଏହି ସୁରକ୍ଷିତ କ୍ରୀଡ଼ା ନୀତି ଖେଳ ପ୍ରଶାସକ, ପ୍ରଶିକ୍ଷକ, କର୍ମଚାରୀମାନଙ୍କ ଉପରେ ମଧ୍ୟ ଲାଗୁ ହେବ। ସୁରକ୍ଷିତ କ୍ରୀଡ଼ା ନୀତିକୁ ଲାଗୁ କରିବା ପାଇଁ ଗତ କିଛି ମାସରୁ ଆଇଓଏ ପକ୍ଷରୁ ପ୍ରୟାସ କରାଯାଉଥିଲା। ଖୁବ୍ ଶୀଘ୍ର ଏହି କ୍ରୀଡ଼ା ନୀତି ସମ୍ପର୍କରେ ଆଇଓଏ ଦ୍ବାରା କର୍ମଶାଳାର ଆୟୋଜନ କରାଯାଇ ଏହାକୁ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ସଚେତନ କରାଯିବ। ଏହି କ୍ରୀଡ଼ାନୀତି ପୁରୁଷ ଓ ମହିଳା ଖେଳାଳିଙ୍କ ସୁରକ୍ଷା ପାଇଁ ପ୍ରଯୁଜ୍ୟ ହେବ। ବିଭିନ୍ନ କ୍ରୀଡ଼ା ସଂଘମାନଙ୍କୁ ସୁରକ୍ଷିତ କ୍ରୀଡ଼ା ନୀତିକୁ ଲାଗୁ କରିବା ପାଇଁ କୁହାଯିବ ବୋଲି ଆଇଓଏ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe