‌ସ୍ବତନ୍ତ୍ର ଅଲିମ୍ପିକ୍ସ ଶୀତକାଳୀନ କ୍ରୀଡ଼ା: ଭାରତୀ, ନିର୍ମଳାଙ୍କୁ ସ୍ବର୍ଣ୍ଣ

Advertisment

ଚଳିତ ସ୍ବତନ୍ତ୍ର ଅଲିମ୍ପିକ୍ସ ଶୀତକାଳୀନ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଚମକ ଜାରି ରହିଛି। ଦ୍ବିତୀୟ ଦିନରେ ଭାରତୀୟ ଖେଳାଳି ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଛନ୍ତି।

ଚଳିତ ସ୍ବତନ୍ତ୍ର ଅଲିମ୍ପିକ୍ସ ଶୀତକାଳୀନ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଚମକ ଜାରି ରହିଛି। ଦ୍ବିତୀୟ ଦିନରେ ଭାରତୀୟ ଖେଳାଳି ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଛନ୍ତି।

fsfsfscvcf

ତୁରିନ (ଇଟାଲି): ଚଳିତ ସ୍ବତନ୍ତ୍ର ଅଲିମ୍ପିକ୍ସ ଶୀତକାଳୀନ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଚମକ ଜାରି ରହିଛି। ଦ୍ବିତୀୟ ଦିନରେ ଭାରତୀୟ ଖେଳାଳି ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଛନ୍ତି। ଫଳରେ ଭାରତର‌ ମୋଟ ପଦକ ସଂଖ୍ୟା ୯ରେ ପହଞ୍ଚିଛି। ଉଦ୍‌ଘାଟନୀ ଦିବସରେ ସ୍ନୋ ବୋର୍ଡିଂରୁ ୪ ପଦକ ଆସିଥିଲା ‌ବେଳେ ଦ୍ବିତୀୟ ଦିନରେ ନୋଭିସ୍‌ ସ୍ଲାଲୋମ ଫାଇନାଲ୍‌ରେ ଭାରତୀ ଡିଭିଜନ ଏଫ୍‌୨୫ରେ ସ୍ବର୍ଣ୍ଣ ଓ ହର୍ଷିତ ଠାକୁର ଭିଜନ୍ ଏଫ୍‌୨୫ ନୋଭିସ୍‌ ସ୍ଲାଲୋମରେ କାଂସ୍ୟ ଜିତିଥିଲେ।

ଚଳିତ ପ୍ରତିଯୋଗିତାରେ ଭାରତୀଙ୍କର ଏହା ଦ୍ବିତୀୟ ସ୍ବର୍ଣ୍ଣ ଏବଂ ପୂର୍ବରୁ ରୌପ୍ୟ ଜିତିଥିବା ହର୍ଷିତାଙ୍କ ଦ୍ବିତୀୟ ପଦକ। ଅଲ୍‌ପାଇନ୍‌ ସ୍କିଂରେ ଭାରତକୁ ଗୋଟିଏ ସ୍ବର୍ଣ୍ଣ ଓ ୨ ରୌପ୍ୟ ମିଳିଛି। ଇଣ୍ଟରମେଡିଏଟ୍‌ ଜିଆଣ୍ଟ୍ ସ୍ଲାଲୋମ ଫାଇନାଲ୍‌ରେ ନିର୍ମଳା ଦେବୀ (ଡିଭିଜନ ଏଫ୍‌୦୬) ସ୍ବର୍ଣ୍ଣ ଜିତିଥିଲା ବେଳେ ରାଧା ଦେବୀ (ଡିଭିଜନ ଏଫ୍‌୦୧) ରୌପ୍ୟ ପାଇଥିଲେ। ପୁରୁଷ ନୋଭିସ୍‌ ଜିଆଣ୍ଟ୍ ସ୍ଲାଲୋମ ଫାଇନାଲ୍‌ରେ ଅଭିଷେକ କୁମାର (ଡିଭିଜନ ଏମ୍‌୦୨) ରୌପ୍ୟ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe