ସ୍ୱାଧୀନତା କପ୍‌ କରାଟେ ପାଇଁ ଓଡ଼ିଶାରୁ ୬

ସ୍ୱାଧୀନତା କପ୍‌ କରାଟେ ପାଇଁ ଓଡ଼ିଶାରୁ ୬

ଭୁବନେଶ୍ୱର: ଦିଲ୍ଲୀର ତାଲକୋଟରା ଇନ୍‌ଡୋର ଷ୍ଟାଡିୟମରେ ଚଳିତ ମାସ ୧୦ରୁ ୧୨ ତାରିଖ ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଚର୍ତୁଦଶ ସ୍ୱାଧୀନତା କପ୍‌ କରାଟେ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୪ ଜଣ ଖେଳାଳିଙ୍କ ସହ ମୋଟ ୬ ଜଣ ମନୋନୀତ ହୋଇଛନ୍ତି। ଖେଳାଳିମାନେ ହେଲେ ନୃସିଂହ ରାଉତ (୬୦ କିଲୋଗ୍ରାମରୁ କମ୍‌), ଜୟନ୍ତ ମହାରଣା (୬୫ କିଲୋଗ୍ରାମରୁ କମ୍‌), ପ୍ରିୟଦର୍ଶନ ଦୀପ୍ତିମୟ (୬୫ କିଲୋଗ୍ରାମରୁ କମ୍‌) ଓ ସିପୁନା ଗୋଛି (୫୫ କିଲୋଗ୍ରାମରୁ କମ୍‌)। ଏମାନଙ୍କ ସହ ପ୍ରକାଶ ବେହେରା ପ୍ରଶିକ୍ଷକ ଏବଂ ଜିତେନ୍ଦ୍ର କୁମାର ରାଉତ ଅଧିକାରୀ ଭାବେ ଦିଲ୍ଲୀ ଯାତ୍ରା କରିବେ। ଖେଳାଳିମାନେ ସମସ୍ତେ ହେଉଛନ୍ତି ଭୁବନେଶ୍ୱର କରାଟେ ଏକାଡେମିର ଛାତ୍ର। ଏହି ସଫଳତାର ଲାଗି ଏକାଡେମିର ଉପସଭାପତି ଦେବୀ ପ୍ରସାଦ ମହାନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe