ତେହେରାନ୍‌ରେ ଭାରତ ସପ୍ତମ

Advertisment
ତେହେରାନ୍‌ରେ ଭାରତ ସପ୍ତମ

ଭୁବନେଶ୍ୱର: ୧୯୭୪ ମସିହାରେ ଏସୀୟ କ୍ରୀଡ଼ାର ସପ୍ତମ ସଂସ୍କରଣ ଆୟୋଜିତ ହୋଇଥିଲା ଇରାନ୍‌ର ତେହେରାନରେ। ସେପ୍ଟେମ୍ବର ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କ୍ରୀଡ଼ା ମହୋତ୍ସବରେ ୧୬ ଖେଳ ଓ ୨୦୦ ଇଭେଣ୍ଟ୍‌ ସମ୍ପନ୍ନ ହୋଇଥିଲା। ଅଢ଼େଇ ଦଶନ୍ଧିର ଏସୀୟ କ୍ରୀଡ଼ା ଇତିହାସରେ ଏହା ଥିଲା ସର୍ବବୃହତ୍‌। ମଧ୍ୟପ୍ରାଚ୍ୟ ଅଞ୍ଚଳରେ ପ୍ରଥମ ଥର ପହଞ୍ଚିଥିଲା ଏସିଆ କ୍ରୀଡ଼ା। ଯେଉଁଠି ୨୫ ଦେଶରୁ ୩୦୧୦ ଖେଳାଳି ଭାଗନେଇ ନୂଆ କୀର୍ତିମାନ କରିଥିଲେ। ଏସୀୟ କ୍ରୀଡ଼ା ପ୍ରାରମ୍ଭରୁ ଏଥର ସର୍ବାଧିକ ଖେଳାଳି ଭାଗ ନେଇଥିଲେ। କେବଳ ଏତିକି ନୂହେଁ ଅନେକ ନୂଆ କଥା ମଧ୍ୟ ଏହି ସଂସ୍କରଣରେ ପ୍ରୟୋଗ ହୋଇଥିଲା। ବୈଷୟିକ ବ୍ୟବସ୍ଥା ଏବଂ ଫଟୋ ଫିନିସ୍‌ କ୍ୟାମେରା ବ୍ୟବହୃତ ହୋଇଥିଲା। ପ୍ରଥମ ଥର ପାଇଁ ମଧ୍ୟ ସାମିଲ ହୋଇଥିଲା ୩ ଖେଳ ଅସିଚାଳନା, ଜିମ୍ନାଷ୍ଟିକ୍ସ ଏବଂ ମହିଳା ବାସ୍କେଟ୍‌ବଲ୍‌।

ପ୍ରତିଯୋଗିତା ମଇଦାନରେ କିନ୍ତୁ ଜାପାନର ପ୍ରାଧାନ୍ୟ ଅବ୍ୟାହତ ରହିଥିଲା। ଜାପାନ ୭୫ ସ୍ୱର୍ଣ୍ଣ, ୪୯ ରୌପ୍ୟ, ୫୧ କାଂସ୍ୟ ସହିତ ମୋଟ ୧୭୫ ପଦକ ଜିତିନେଇଥିଲା। ଆୟୋଜକ ଇରାନ୍‌ (୩୬+୨୮+୧୭) ଦ୍ୱିତୀୟ ସ୍ଥାନ ଦଖଲ କରିଥିଲା। ଚୀନ (୩୩+୪୬+୨୭), ଦକ୍ଷିଣ କୋରିଆ (୧୬+୨୬+୧୫), ଉତ୍ତର କୋରିଆ (୧୫+୧୪+୧୭), ଇସ୍ରାଏଲ୍‌ (୭+୪+୮) ତଳକୁ ଭାରତ (୪+୧୨+୧୨) ସପ୍ତମ ସ୍ଥାନରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe