ପାକିସ୍ତାନ ସହିତ ମ୍ୟାଚ ଖେଳିବ ନାହିଁ ଭାରତ

'ଇଜିମାଇଟ୍ରିପ୍' କମ୍ପାନିର ସହ-ପ୍ରତିଷ୍ଠାତା ନିଶାନ୍ତ ପିଟ୍ଟି 'ଏକ୍ସ' ପୋଷ୍ଟରେ ଲେଖିଛନ୍ତି, "ଆମେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସରେ ଟିମ୍ ଇଣ୍ଡିଆ ଚାମ୍ପିଅନସର ପ୍ରଦର୍ଶନକୁ ପ୍ରଶଂସା କରୁଛୁ। ଆମେ ଭାରତର ଲୋକଙ୍କ ଭାବନାକୁ ସମ୍ମାନ କରି ପଛକୁ ହଟି ଯାଉଛି।

New Project (7)

ନୂଆଦିଲ୍ଲୀ: ଗୁରୁବାର ହେବାକୁ ଥିବା ଓ୍ବାର୍ଲ୍ଡ ଚମ୍ପିଆନସିପ୍ ଅଫ୍ ଲିଜେଣ୍ଡସ୍ (ଡବ୍ଲୁସିଏଲ)ର ସେମିଫାଇନାଲରେ ଭାରତ ଚମ୍ପିଆନ୍ସ ପାକିସ୍ତାନ ଚମ୍ପିଆନ ସହିତ ଖେଳିବାକୁ ମନା କରି ଦେଇଛି। 

ଭାରତ ଚମ୍ପିଆନ୍ସ ମଙ୍ଗଳବାର ୱେଷ୍ଟଇଣ୍ଡିଜକୁ ମାତ୍ର ୧୩.୨ ଓଭରରେ ହରାଇ ସେମିଫାଇନାଲକୁ ପହଞ୍ଚି ଯାଇଛି। କିନ୍ତୁ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାକୁ ନେଇ ଭାରତ ପ୍ରଥମରୁ ଆପତ୍ତି କରିଥିଲା। ଏହାପୂର୍ବରୁ ବି ଗ୍ରୁପ ଷ୍ଟେଜର ଭାରତ ଓ ପାକିସ୍ତାନ ମ୍ୟାଚ ବାତିଲ କରି ଦିଆଯାଇଥିଲା। କାରଣ ଖେଳାଳି ଓ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ସ୍ପନସର ବିରୋଧ କରିଥିଲେ।

'ଡବ୍ଲୁସିଏଲ୍'ର ମୁଖ୍ୟ ସ୍ପନସରମାନଙ୍କ ମଧ୍ୟରୁ ଗୋଟିଏ 'ଇଜିମାଇଟ୍ରିପ୍' ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲ୍ ମ୍ୟାଚରୁ ନିଜର ନାମ ପ୍ରତ୍ୟାହାର କରି ନେଇଛି। ଅର୍ଥାତ କମ୍ପାନି ପାକିସ୍ତାନ ସହିତ ଜଡ଼ିତ କୌଣସି ମ୍ୟାଚରେ ଅଂଶ ହେବ ନାହିଁ ।

ସେହିପରି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନ ମଧ୍ୟ କହିଛନ୍ତି ଯେ ସେମାନେ ପାକିସ୍ତାନ ବିପକ୍ଷରେ ଖେଳିବେ ନାହିଁ।

'ଇଜିମାଇଟ୍ରିପ୍' କମ୍ପାନିର ସହ-ପ୍ରତିଷ୍ଠାତା ନିଶାନ୍ତ ପିଟ୍ଟି 'ଏକ୍ସ' ପୋଷ୍ଟରେ ଲେଖିଛନ୍ତି, "ଆମେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସରେ ଟିମ୍ ଇଣ୍ଡିଆ ଚାମ୍ପିଅନସର ପ୍ରଦର୍ଶନକୁ ପ୍ରଶଂସା କରୁଛୁ। ଆମେ ଭାରତର ଲୋକଙ୍କ ଭାବନାକୁ ସମ୍ମାନ କରି ପଛକୁ ହଟି ଯାଉଛି। ଆମ ମତରେ ଆତଙ୍କବାଦ ଏବଂ କ୍ରିକେଟ୍ ଏକାଠି ଚାଲିପାରେ ନାହିଁ।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe