ANI News
କାନ୍ବେରା (ଅଷ୍ଟ୍ରେଲିଆ): ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ କନିଷ୍ଠ ମହିଳା ହକି ପ୍ରତିଯୋଗିତାରେ ଭାରତ ଗୁରୁବାର ଆୟୋଜକ ଅଷ୍ଟ୍ରେଲିଆକୁ ରୋକିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆ ୨୫ ମିନିଟ୍ରେ ସ୍କୋନେଲ୍ କର୍ଟନିଙ୍କ ଗୋଲ୍ ବଳରେ ଅଗ୍ରଣୀ ପାଇଥିଲା ଭାବେ ୫୨ ମିନିଟ୍ରେ ଗଗନଦୀପ କୌରଙ୍କ ଗୋଲ୍ ଭାରତକୁ ପରାଜୟରୁ ରକ୍ଷା କରିଥିଲା। ଫଳରେ ଏହି ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା।
ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିଲା। ଦଶମ ମିନିଟ୍ରେ ପେନାଲ୍ଟି କର୍ନର ପାଇଥିଲା ଭାରତ। ହେଲେ ଅଷ୍ଟ୍ରେଲୀୟ ରକ୍ଷଣଭାଗ ଏହାକୁ ନିଷ୍ଫଳ କରିଦେଇଥିଲା। ଯାହା ଫଳରେ ପ୍ରଥମ କ୍ବାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ହିଁ ଅଷ୍ଟ୍ରେଲିଆ ଅଗ୍ରଣୀ ପାଇଥିଲା। ୨୫ ମିନିଟ୍ରେ ସ୍କୋନେଲ୍ଙ୍କ ଗୋଲ୍ ବଳରେ ଅଷ୍ଟ୍ରେଲିଆ ୧-୦ ଅଗ୍ରଣୀ ସହ ମଧ୍ୟାନ୍ତର ବିରତିକୁ ଯାଇଥିଲା। ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ହେଲେ ଚତୁର୍ଥ କ୍ବାର୍ଟରରେ ହିଁ ଭାରତ ଗଗନଦୀପ କୌରଙ୍କ ଗୋଲ୍ ବଳରେ ସ୍ଥିତି ସମାନ କରିଦେଇଥିଲା। ଏହି କ୍ବାର୍ଟରରେ ପାଇଥିବା ଏକ ପେନାଲ୍ଟି କର୍ନରକୁ ଅଷ୍ଟ୍ରେଲିଆ ଅଟକାଇ ଦେବା ସତ୍ତ୍ବେ ୫୨ ମିନିଟ୍ରେ ଆଛ ଏକ ପେନାଲ୍ଟି କର୍ନରକୁ ଭାରତ ନଷ୍ଟ ହେବାକୁ ଦେଇନଥିଲା। ଗଗନଦୀପ ଏହି ଗୋଲ୍ କରି ଅଷ୍ଟ୍ରେଲିଆ ବିଜୟକୁ ରୋକି ଦେବା ସହିତ ଭାରତକୁ ପଏଣ୍ଟ ବାଣ୍ଟିବାରେ ସହାୟକ ହୋଇଥିଲେ। ଦୁଇ ମ୍ୟାଚ୍ରୁ ଗୋଟିଏ ବିଜୟ ଓ ଗୋଟିଏ ଅମୀମାଂସିତ ପରେ ଭାରତ ତା’ର ପରବର୍ତୀ ତଥା ତୃତୀୟ ମ୍ୟାଚ୍ ଶନିବାର ନ୍ୟୁଜିଲାଣ୍ଡ ସହ ଖେଳିବ।
Follow Us