The Indian Express
ଇନ୍ଦୋର: ଗୁଆହାଟୀରେ ରବିବାର ଖେଳାଯିବାକୁ ଥିବା ନୂଆବର୍ଷର ପ୍ରଥମ ପରୀକ୍ଷା ବର୍ଷାରେ ଧୋଇଯିବା ପରେ ଏବେ ମଙ୍ଗଳବାର ମ୍ୟାଚ୍କୁ ନେଇ ଉତ୍କଣ୍ଠା ବଢ଼ିଛି। ଇନ୍ଦୋରେ ଶୃଙ୍ଖଳାର ଦ୍ବିତୀୟ ଟ୍ବେଣ୍ଟି-୨୦ ଖେଳାଯିବ। ବର୍ଷା ପାଇଁ ଶୃଙ୍ଖଳା ମଧ୍ୟ ୨ ମ୍ୟାଚ୍ ବିଶିଷ୍ଟ ହୋଇଯାଇଛି। ଇନ୍ଦୋରରେ ବିଜୟୀ ହେଲେ ଦଳ ସୁରକ୍ଷିତ ରହିବ। ଶେଷ ଥର ପାଇଁ ଇନ୍ଦୋରରେ ମୁକାବିଲା କରିଥିବାବେଳେ ରୋହିତ ଶର୍ମା ଯୁଗ୍ମ ଦ୍ରୁତତମ ଶତକ ହାସଲ କରିଥିଲେ। ହୋଲକର ଷ୍ଟାଡିୟମ୍ରେ କାକର ସମସ୍ୟା ପ୍ରଭାବିତ କରିବାର ଥିବାରୁ ଟସ୍ ଜିତିବା ଦଳ ନିଶ୍ଚତ ପଶ୍ଚାତଧାବନ କରିବାକୁ ପସନ୍ଦ କରିବ।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ସଞ୍ଜୁ ସାମସନ୍, ଋଷବ ପନ୍ତ, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଦେଜା, ଯଶ୍ରପୀତ ବୁମ୍ରା, ଶାର୍ଦୁଲ ଠାକୁର, ନଦଭୀପ ସଇନି, ୱାସିଂଟନ୍ ସୁନ୍ଦର।
ସମ୍ଭାବ୍ୟ ଶ୍ରୀଲଙ୍କା: ଲସିଥ ମାଲିଙ୍ଗା (ଅଧିନାୟକ), ଦନୁସ୍କା ଗୁଣତିଲକ, ଅଭିସ୍କା ଫର୍ନାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦାସୁନ ସନକା, କୁଶାଲ ପେରେରା, ନିରୋସାନ ଡିକୱାଲା, ଧନଞ୍ଜୟ ଡି’ ସିଲଭା, ଇସୁରୁ ଉଦାନା, ଭାନୁକା ରାଜପାକସେ, ଓସଦା ଫର୍ନାଣ୍ଡୋ, ୱାନିନ୍ଦୁ ହରରଙ୍ଗା, ଲାହିରୁ କୁମାର, କୁଶାଲ ମେଣ୍ଡିସ, ଲକ୍ଷ୍ମଣ ସନ୍ଦକନ, କସୁନ ରଜିତା।
Follow Us