ଭାରତ ଆଗରେ ୩୧୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍‌, ସାଈ ହୋପ୍‌ଙ୍କ ଶତକ

Advertisment
ଭାରତ ଆଗରେ ୩୧୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍‌, ସାଈ ହୋପ୍‌ଙ୍କ ଶତକ

Photo: Aajtak

ପୋର୍ଟ ଅଫ୍‌ ସ୍ପେନ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ବିତୀୟ ଦିନିକିଆ ଜାରି ରହିଛି। ପୋର୍ଟ ଅଫ୍‌ ସ୍ପେନ୍‌ରେ ରବିବାର ଟସ୍‌ ଜିଣି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ୍‌ର ପାଳି ଆରମ୍ଭ କରିଥିଲେ ସାଈ ହୋପ୍‌ ଓ କାଇଲ୍‌ ମେୟର୍ସ। ପ୍ରାରମ୍ଭିକ ବ୍ୟାଟର ସାଈ ହୋପ୍‌ଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ୍‌ ନର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୧୧ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୩୧୨ ରନ୍‌ ଲକ୍ଷ୍ୟ ମିଳିଛି।

ୱେଷ୍ଟଇଣ୍ଡିଜ୍‌ ପାଳି ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ କରିଥିଲା। ଓପନର ଯୋଡ଼ି ପ୍ରଥମ ୱିକେଟ୍‌ରେ ୬୫ ରନ୍‌ ସଂଗ୍ରହ କରିଥିଲେ। କାଇଲ ମେୟର୍ସ ଆଉଟ୍‌ ହେବା ପୂର୍ବରୁ ୨୩ଟି ବଲ୍‌ ଖେଳି ୩୯ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ସେହିପରି ସମର ବ୍ରୁକ୍‌ ମଧ୍ୟ ସାଈ ହୋପ୍‌ଙ୍କ ସହିତ ଭଲ ଭାଗିଦାରୀ ହୋଇପାରିଥିଲେ। ସେ ଭାରତର ଦ୍ବତୀୟ ୱିକେଟ ଭାବେ ପାଭଲିଅନ୍‌ ଫେରିବା ପୂର୍ବରୁ ବ୍ୟକ୍ତିଗତ ଭାବେ ୩୫ ରନ୍‌ ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍‌ ଖେଳି ୫ଟି ଚୌକା ମାରିଥିଲେ। ତେବେ ମଧ୍ୟକ୍ରମର ବ୍ୟାଟର ବ୍ରେଣ୍ଡନ କିଙ୍ଗ ୫ଟି ବଲ୍‌ ସାମ୍ନା କରି ଖାତା ଖୋଲିପାରି ନଥିଲେ। ୱେଷ୍ଟଇଣ୍ଡିଜ୍‌ ୧୩୦ ରନ୍‌ ବେଳକୁ ୩ଟି ୱିକେଟ୍‌ ହରାଇ ସାରିଥିଲା।

publive-image Photo: Zee news

୪ର୍ଥ ୱିକେଟରେ ସାଈ ହୋପ୍‌ ଓ ନିକୋଲାସ ପୂରନ ୧୧୭ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ନିକୋଲାସ ୭୭ଟି ବଲ୍‌ ଖେଳି ୭୪ ରନ୍‌ ସଂଗ୍ରହ କରିଥିଲେ। ସେ ଗୋଟିଏ ଚୌକା ଓ ୬ଟି ଛକା ମାରିଥିଲେ। ରୋଭମ୍ୟାନ ପାୱେଲ ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe