େଓ୍ଵଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ୧୨ ଜଣିଆ ଭାରତୀୟ ଦଳ ଘୋଷିତ

େଓ୍ଵଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ୧୨ ଜଣିଆ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ  ଷ୍ଟାଡିୟମରେ ଖେଳାଯିବାକୁ ଥିବା େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ପାଇଁ ବିସିସିଆଇ ୧୨ ଜଣିଆ ଭାରତୀୟ ଦଳର ନାମ ଘୋଷଣା କରିଛି।

ଦଳରେ ଅଧିନାୟକ ବିରାଟ କୋହଲିଙ୍କ ସହିତ କେ.ଏଲ ରାହୁଲ, ପୃଥୀ ସ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଋଷଭ ପନ୍ଥ, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଉମେଶ ଯାଦବ, ମହମ୍ମଦ ସାମୀ ଓ ଶାର୍ଦ୍ଦୁଳ ଠାକୁର ସ୍ଥାନ ପାଇଥିବା ବେଳେ ହନୁମା ବିହାରୀ ଓ ମୟଙ୍କ ଅଗ୍ରଓ୍ଵାଲ ଏହି ସ୍କାଡ୍‌ରୁ ବାଦ ପଡ଼ିଛନ୍ତି।
ସୂଚନାଯୋଗ୍ୟ ଯେ ଭ୍ରମଣକାରୀ େଓ୍ଵଷ୍ଟଇଣ୍ଡିଜ୍‌ ଦଳ ରାଜକୋଟଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଠାରୁ ପରାସ୍ତ ହୋଇ ୧-୦ ରେ ପଛୁଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe