ମନ୍ଥର ବୋଲିଂ ପାଇଁ ଭାରତ ଦଣ୍ଡିତ

Advertisment
ମନ୍ଥର ବୋଲିଂ ପାଇଁ ଭାରତ ଦଣ୍ଡିତ

ESPN

ସିଡନି: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ମନ୍ଥର ବୋଲିଂ ପାଇଁ ଦଣ୍ଡ ସ୍ବରୂପ ଭାରତୀୟ ଦଳ ଉପରେ ମ୍ୟାଚ୍‌ ଫି’ର ୨୦ ପ୍ରତିଶତ ଜରିମାନା କରାଯାଇଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ନିର୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍‌ ବୋଲିଂ କରିଥିଲା। ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଉଲ୍ଲଂଘନ କରିବା ଭିତ୍ତିରେ ମ୍ୟାଚ୍‌ ରେଫରି ଡେଭିଡ୍ ବୁନ୍‌ ଏହି ଦଣ୍ଡ ପ୍ରଦାନ କରିଛନ୍ତି। ଫଳରେ ପ୍ରତି ଖେଳାଳି ସେମାନଙ୍କ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ହରାଇଛନ୍ତି। ଅଧିନାୟକ ବିରାଟ କୋହଲି ଏହି ଭୁଲ୍‌କୁ ସ୍ବୀକାର କରିବା ସହ ଦଣ୍ଡକୁ ଗ୍ରହଣ କରିନେବାରୁ ଆଉ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ିନାହିଁ। ମ୍ୟାଚ୍‌ ପରିଚାଳନା କରିଥିବା ପଡ଼ିଆ ଅମ୍ପାୟାର୍‌ ରଡ୍‌ ଟକ୍କର, ଗେରାର୍ଡ ଅବୁଦ୍‌, ଟିଭି ଅମ୍ପାୟାର୍‌ ପଲ୍ ୱିଲ୍‌ସନ୍‌ ଓ ଚତୁର୍ଥ ଅମ୍ପାୟାର୍ ସାମ୍‌ ନୋଗାସ୍କି ମନ୍ଥର ବୋଲିଂ ଅଭିଯୋଗ କରିଥିଲେ। ଭାରତ ମଙ୍ଗଳବାର ତୃତୀୟ ଟି-୨୦କୁ ୧୨ ରନ୍‌ରେ ହାରିଯାଇଥିଲେ ମଧ୍ୟ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe