ଫିଞ୍ଚଙ୍କ ଶତକ ଓ ସ୍ମିଥଙ୍କ ଅର୍ଦ୍ଧଶତକ, ଭାରତକୁ ୨୯୪ରନ୍‌ ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ

ଭାରତ-ଅଷ୍ଟ୍ରେଲିଆର ୩ୟ ଦିନିକିଆ: ଯଶପ୍ରିତ ବୁମରା, କୁଲଦୀପ ଯାଦଙ୍କୁ ୨-୨ ଓ୍ଵିକେଟ

ଫିଞ୍ଚଙ୍କ ଶତକ ଓ ସ୍ମିଥଙ୍କ ଅର୍ଦ୍ଧଶତକ, ଭାରତକୁ ୨୯୪ରନ୍‌ ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ

ଇନ୍ଦୋର: ପ୍ରଥମ ଓ ଦ୍ୱିତୀୟ ଓ୍ଵିକେଟରେ ଭଲ ଭାଗିଦାରୀ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୬ଓ୍ଵିକେଟ ହରାଇ ୨୯୩ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ମ୍ୟାଚ ବିଜୟ ପାଇଁ ୨୯୪ରନ୍‌ ଲକ୍ଷ୍ୟ ମିଳିଛି। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳାଯାଉଥିବା ୫ଟି ଦିନିକିଆ ଶୃଙ୍ଖଳାର ୩ୟ ମ୍ୟାଚରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୭୦ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇ ଥିଲା। ଓପନର ଡାଭିଡ ଓ୍ଵାର୍ଣ୍ଣର (୪୨) ଓ ଅରୁଣ ଫିଞ୍ଚ (୧୨୪) ସ୍କୋର କରିଥବା ବେଳେ ଅଧିନାୟକ ଷ୍ଟିଭେନ ସ୍ମିଥ(୬୩) ରନ୍‌ କରି ପାଭଲିୟନ ଫେରିଥିଲେ।

୪୭.୫ ଓଭରରେ ଅଷ୍ଟ୍ରେଲିଆର ୬ଷ୍ଠ ଓ୍ଵିକେଟର ପତନ ଘଟିଥିଲା। ଯଶପ୍ରିତ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ପେଟର ହ୍ୟାଣ୍ଡସ୍‌କମ (୩), ମନୀଷ ପାଣ୍ଡେଙ୍କୁ କ୍ୟାଚ ଦେଇଥିଲେ। ତ୍ରାବିସ ହେଡ(୪) ୬ଟି ବଲ ଖେଲି ଯଶପ୍ରିତ ବୁମରାଙ୍କ ଦ୍ୱାରା ବୋଲ୍‌ଡ ହୋଇଥିଲେ। ଅଷ୍ଟ୍ରେଲିଆ ୫ଟି ଓ୍ଵିକେଟରେ ୨୬୦ ରନ୍‌ ସଂଗ୍ରହ କରିଥିଲା। ଭାରତର ୪ର୍ଥ ଶିକାର ଗ୍ଲେନ ମ୍ୟାକ୍ସେଓ୍ଵଲ(୫) ହୋଇଥିବା ବେଳେ ୩ୟ ଓ୍ଵିକେଟରେ କୁଳଦୀପ ଯାଦବଙ୍କ ବଲରେ ଆଉଟ ହୋଇ ଫେରିଥିଲେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭେନ ସ୍ମିଥ।

ସେହିଭଳି ଯୁଜବେନ୍ଦ୍ର ଚହଲଙ୍କ ବଲ ଖେଳିବାକୁ ଯାଇ ମ୍ୟାକ୍ସେଓ୍ଵଲ ଓ୍ଵିକେଟ ରକ୍ଷକ ମହେନ୍ଦ୍ର ସିଂହଙ୍କୁ କ୍ୟାଚ ଦେଇଥିଲେ। ଅଷ୍ଟ୍ରେଲିଆର ୩ୟ ଓ ୪ର୍ଥ ଓ୍ଵିକେଟ ୨୪୩ରନ୍‌ରେ ପଡ଼ିଥିଲା। ସ୍ମିଥ ଏକ ସର୍ଟ ଖେଳିବାକୁ ଯାଇ ଯାଦବଙ୍କ ବଲକୁ ଯଶପ୍ରିତ ବୁମରାଙ୍କୁ କ୍ୟାଚ ଦେଇ ପାଭଲିୟନ ଫେରିଥିଲେ। ଅରୁଣ ଫିଞ୍ଚ ୧୨୫ଟି ବଲ ଖେଳି କୁଳଦୀପ ଯାଦବଙ୍କ ବଲକୁ କେଦାର ଯାଧବଙ୍କୁ କ୍ୟାଚ ଦେଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୨୨୪ ରନ୍‌ ଥିଲା। ଅଷ୍ଟ୍ରେଲିଆ ୭୦ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇ ଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ ଅଷ୍ଟ୍ରେଲିଆର ଓପନର ଡାଭିଡ ଓ୍ଵାର୍ଣ୍ଣର। ୪୪ଟି ବଲ ଖେଳି ୪୨ ରନ୍‌ ସଂଗ୍ରହ କରିବା ପରେ ଓ୍ଵାର୍ଣ୍ଣର ବୋଲ୍‌ଡ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe