ଫିଞ୍ଚଙ୍କ ଅର୍ଦ୍ଧଶତକ ପରେ ଶତକ ଅପେକ୍ଷାରେ ଓ୍ଵାର୍ଣ୍ଣର, ଅଷ୍ଟ୍ରେଲିଆ ୦/୧୭୪

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଦିନିକିଆ

ଫିଞ୍ଚଙ୍କ ଅର୍ଦ୍ଧଶତକ ପରେ ଶତକ ଅପେକ୍ଷାରେ ଓ୍ଵାର୍ଣ୍ଣର, ଅଷ୍ଟ୍ରେଲିଆ ୦/୧୭୪

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ଦିନିକିଆର ୪ର୍ଥ ମ୍ୟାଚରେ ଅରୁଣ ଫିଞ୍ଚ କ୍ୟାରିୟରର ୧୭ତମ ଅର୍ଦ୍ଧଶତକ ହାସଲ କରିଥିବା ବେଳେ, ଡାଭିଡ଼ ଓ୍ଵାର୍ଣ୍ଣର ୧୪ତମ ଶତକ ଅପେକ୍ଷାରେ ଅଛନ୍ତି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଗୁରୁବାର ଚାଲିଥିବା ଦିବା-ରାତ୍ର ମ୍ୟାଚରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ବିନା କୌଣସି ଓ୍ଵିକେଟ ହରାଇ ୧୬୭ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ୨୭ଓଭରରେ ଏହି ରନ ସଂଗ୍ରହ କରିଛି। ଡାଭିଡ ଓ୍ଵାର୍ଣ୍ଣର ୮୯ଟି ବଲ ଖେଳି ୯୦ରନ ସଂଗ୍ରହ କରିଛନ୍ତି। ଡାଭିଡ଼ଙ୍କ ସ୍କୋରରେ ରହିଛି ୯ଟି ଚୌକା ଓ ୩ଟିଛକା। ଫିଞ୍ଚ ୭୨ଟି ବଲ ଖେଳି ୭୩ସେହିଭଳି ଫିଞ୍ଚ ୯ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପ୍‍ତ୍ତି ନେଇଥିଲେ। ଫଳରେ ଟିମ୍‌ ଇଣ୍ଡିଆ ବୋଲିଂ କରୁଛି। ଅଷ୍ଟ୍ରେଲିଆ ଟିମ୍‌ରେ ୨ଟି ପରିବର୍ତ୍ତନ ହୋଇଛି। ଗ୍ଲେନ ମ୍ୟାକ୍ସେଓ୍ଵଲ ଓ ଏଷ୍ଟନ ଏଗର ଟିମ୍‌ରୁ ବାହାର ହୋଇଛନ୍ତି। ତାଙ୍କ ସ୍ଥାନରେ ମ୍ୟାଥୁ ଓ୍ଵାଡେ ଓ ଆଦାମ ଜାମ୍ପାକୁ ସ୍ଥାନ ମିଳିଛି। ସେହିଭଳି ଟିମ୍‌ ଇଣ୍ଡିଆରେ କୁଳଦୀପ ଯାଦବ, ଜସପ୍ରିତ ବୁମରା ଓ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇ ଉମେଶ ଯାଦବ, ମୋହମ୍ମଦ ସାମି ଓ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe